ହାର୍ଦ୍ଦିକ ପଟେଲଙ୍କୁ ଚାପୁଡ଼ା

ଅହମଦାବାଦ() କଂଗ୍ରେସ ନେତା ହାର୍ଦ୍ଦିକ ପଟେଲଙ୍କୁ ଚାପୁଡ଼ା ମାଡ଼ । ଗତକାଲି ଜିବିଏଲ୍ ନରସିହ୍ମା ରାଓଙ୍କୁ ଜୋତା ଫୋପାଡିବା ଘଟଣା ପରେ ଆଜି ଗୁଜୁରାଟ କଂଗ୍ରେସ ନେତା ହାର୍ଦ୍ଦିକ୍ ପଟେଲଙ୍କ ଉପରେ ଜଣେ ବ୍ୟକ୍ତି ଚାପୁଡା ମାରିଛନ୍ତି । ଏହାପରେ ଉପସ୍ଥିତ ଥିବା ସାଧାରଣ ଲୋକ ଆକ୍ରମଣକାରୀକୁ କାବୁ କରି ନେଇଥିଲେ। ତେବେ ଏ ନେଇ ହାର୍ଦ୍ଦିକ ପଟେଲ ପୁଲିସରେ ଆକ୍ରମଣକାରୀଙ୍କ ବିରୋଧରେ ଏତଲା ଦେଇଛନ୍ତି। ପୋଲିସ୍ ବ୍ୟକ୍ତିଜଣଙ୍କୁ ବଂଚାଇ ହସ୍ପିଟାଲ୍ ନେଇ ଯାଇଥିଲେ । ବର୍ତ୍ତମାନ ପୋଲିସ୍ ଏହି ମାମଲାର ଜାଞ୍ଚ୍ କରୁଛି । ଚାପୁଡା ଖାଇବା ପରେ ହାର୍ଦ୍ଦିକ୍ କହିଥିଲେ , ବିଜେପି ବାଲା ମୋତେ ମାରିବାକୁ ଚାହୁଁଛନ୍ତି । ଏହି ଦଳର ଲୋକ ମୋ ଉପରକୁ ଆକ୍ରମଣ କରାଉଛନ୍ତି । କିନ୍ତୁ ଆମେ ଚୁପ୍ ବସିବୁ ନାହିଁ ।

ସୂଚନାଯୋଗ୍ୟ ଯେ, ମାଡ଼ ମାରିଥିବା ଚାଷୀ ବିନୟ ପଟେଲଙ୍କ ଚାଷଜମିରେ ହାର୍ଦ୍ଦିକ ପଟେଲଙ୍କ ଚପର ଓହ୍ଲାଇବାର ଥିଲା। କିନ୍ତୁ ବିନୟ ଏଥିପାଇଁ ଅନୁମତି ଦେଇନଥିଲେ। ଫଳରେ ହାର୍ଦ୍ଦିକ ନିଜ ଚପର ସଭାସ୍ଥଳଠାରୁ ପାଖାପାଖି ୧୦୦ କିଲୋମିଟର ଦୂରରେ ନିଜ ଚପର ଓହ୍ଲାଇ ସଭାସ୍ଥଳକୁ ଆସିଥିଲେ। ଏହାପରେ ବି ଚାଷୀ ବିନୟ ପଟେଲଙ୍କ ରାଗ ଶାନ୍ତ ହୋଇ ନଥିଲା। ସେ ସଭାସ୍ଥଳକୁ ଆସି ମଂଚଲେ ଭାଷଣ ଦେଉଥିବା ହାର୍ଦ୍ଦିକ ପଟେଲଙ୍କୁ ଚାପୁଡ଼ା ମାରିଥିଲେ।

୨୦୧୫ରୁ ଗୁଜରାଟରେ ‘ପଟିଦାର ଆନ୍ଦୋଳନ’ର ନେତା ସାଜିଛନ୍ତି ୨୫ ବର୍ଷୀୟ ହାର୍ଦ୍ଦିକ ପଟେଲ। ନିକଟରେ ସେ କଂଗ୍ରେସରେ ଯୋଗଦେବା ପରେ ଚଳିତ ସାଧାରଣ ନିର୍ବାଚନରେ ଗୁଜରାଟର ଷ୍ଟାର କ୍ୟାମ୍ପେନର ହୋଇଛନ୍ତି।

Share

Leave a Reply

Your email address will not be published. Required fields are marked *

19 − eleven =