ଅନଲାଇନରେ ମହାପ୍ରସାଦ ବିକ୍ରି ବ୍ୟବସ୍ଥାକୁ ମନା

ସୋସିଆଲ୍ ମିଡ଼ିଆରେ ଚାଲିଛି ବେଧଡ଼କ ମହାପ୍ରସାଦ ବିକ୍ରି । ପ୍ରାୟ ୪ଟିରୁ ୫ ଟି ସଂସ୍ଥା ଅନଲାଇନରେ ମହାପ୍ରଭୁଙ୍କ ମହାପ୍ରସାଦ ବିକ୍ରୟ କରୁଥିବା ଜଣାପଡ଼ିଥିଲା । ମହାପ୍ରଭୁଙ୍କ ପ୍ରସାଦକୁ ନେଇ ଏପରି ବେପାର କରିବାକୁ ନିନ୍ଦା କରିଛି ଶ୍ରୀମନ୍ଦିର ପ୍ରସାଶନ । ଏପରି ଠକ ସଂସ୍ଥା ଉପରେ ଅଙ୍କୁଶ ଲଗାଇବା ପାଇଁ ଅଂଟା ଭିଡ଼ିଛି । କେବଳ ଏତିକି ନୁହେଁ ଅନଲାଇନ୍ ନିମନ୍ତ୍ରଣ ବ୍ୟବସ୍ଥାକୁ ମଧ୍ୟ ମନା କରାଯାଇଛି ।
ଅନଲାଇନ୍ ନିମନ୍ତ୍ରଣ ଓ ଅନଲାଇନ୍ ମହାପ୍ରସାଦ ବିକ୍ରିକୁ ବାରଣ କରିଛି ଶ୍ରୀମନ୍ଦିର ପ୍ରଶାସନ । ଏନେଇ ଆଜି ବିଜ୍ଞପ୍ତି ଜାରି କରିଛି ପ୍ରଶାସନ । ଅନଲାଇନ୍ ମହାପ୍ରସାଦ ବିକ୍ରି ବା ଅନଲାଇନ୍ ନିମନ୍ତ୍ରଣ ପଠାଇବା ନେଇ କାହାରି ଅନୁମତି ଦିଆଯାଇ ନାହିଁ ବୋଲି ଏହି ଚିଠିରେ ଉଲ୍ଲେଖ କରାଯାଇଛି । ତେବେ ୪-୫ଟି ସଂସ୍ଥା ଅନଲାଇନ୍ ଦ୍ୱାରା ମହାପ୍ରସାଦ ବିକ୍ରି କରିବା ନେଇ ସୋସିଆଲ ମିଡିଆରୁ ଜଣାପଡିଛି । ମହାପ୍ରଭୁଙ୍କ ମହାପ୍ରସାନକୁ ନେଇ ବେପାର କରିବା ଦ୍ୱାରା ଲୋକଙ୍କ ଧର୍ମୀୟ ଭାବନାରେ ଆଘାତ ସୃଷ୍ଟି କରୁଛି । ଏହାସହ ଏସବୁ କାମ ପାଇଁ ଶ୍ରୀମନ୍ଦିରର ପାରମ୍ପରିକ ବ୍ୟବସ୍ଥା ଏବଂ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ସତ୍ୱାଧିକାର ବୋଲି ମନ୍ଦିର ପ୍ରଶାସନ କହିଛି ।
ମହାପ୍ରଭୁଙ୍କ ନାମରେ ବେପାର ଚଳାଇଥିବା ଠକ ସଂସ୍ଥା ଗୁଡ଼ିକ ଠାବ କରିବା ପାଇଁ ପୋଲିସଙ୍କୁ ଜଣାଇ ଦିଆଯାଇଛି । ତେଣୁ ଅନଲାଇନ ଅବଢା ବିକ୍ରି କରୁଥିବା ବ୍ୟକ୍ତି ତଥା ଅନୁଷ୍ଠାନ ବିରୋଧରେ କାର୍ୟ୍ୟାନୁଷ୍ଠାନ ପାଇଁ ପୋଲିସରେ ପ୍ରଶାସନକୁ ଜଣାଇ ଦିଆଯାଇଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଏଭଳି କାମ ଆଇନ୍ ଅନୁସାରେ ଦଣ୍ଡନୀୟ ହେବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ।

Share

Leave a Reply

Your email address will not be published. Required fields are marked *

twenty − 13 =