ମିଛ ବିଜେପିର ବଡ ପୁଞ୍ଜି

ଆପଣଙ୍କ ବିଶ୍ବାସ ଆଶୀର୍ବାଦ ମୋର ବଡ ସମ୍ପତ୍ତି : ନବୀନ

ଉପକୂଳ ରାଜପଥ – ଚିଲିକାକୁ ବିକି ଦେବାକୁ ଚକ୍ରାନ୍ତ

ରଣପୁର/ଚିଲିକା () କେନ୍ଦ୍ରର ବିଜେପି ନେତାମାନେ ଫାଇଲିନ ହେଲା ଆସିଲେନି । ହୁଡହୁଡ ହେଲା ଆସିଲେନି । ତିତଲି ହେଲା ଆସିଲେନି । ମହାନଦୀ ପାଣି ବନ୍ଦ କଲେ । ଏବେ କିନ୍ତୁ ନିର୍ବାଚନ ବେଳେ ତାଙ୍କ ଦଳର ବଡ ବଡ ନେତାମାନେ ଓଡିଶା ଆସୁଛନ୍ତି, ଭୋଟ ମାଗୁଛନ୍ତି । ଓଡିଶା ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ମିଛ ବିଜେପିର ସବୁଠାରୁ ବଡ ପୁଞ୍ଜି ବୋଲି କହି ସମାଲୋଚନା କରିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ହେଲେ ମୁଁ ସବୁବେଳେ ଆପଣଙ୍କ ସାଧିରେ ଅଛି । ଆପଣମାନେ ସମସ୍ତେ ମୋର ପରିବାର । ରାଜ୍ୟର ସାଢେ ଚାରି କୋଟି ଲୋକ ମୋର ପରିବାର । ମୁଁ ସବୁବେଳେ ଆପଣଙ୍କ ସାଧିରେ ଅଛି ଓ ରହିବି । ତେଣୁ ବିଜେଡି ସପକ୍ଷରେ ମତଦାନ କରିବାକୁ ନବୀନ ଆହ୍ବାନ ଦେଇଥିଲେ ।

କେନ୍ଦ୍ରର ଚାଷୀ ବିରୋଧୀ ନୀତିକୁ ସମାଲୋଚନା କରିବାକୁ ଯାଇ ସେ କହିଥିଲେ ଯେ, କାଳିଆ ଯୋଜନାରେ 40 ଲକ୍ଷ ଚାଷୀ ଉପକାର ପାଇଲେଣି । କିନ୍ତୁ କେନ୍ଦ୍ରର ବିଜେପି ସରକାର ଏହି ଯୋଜନାକୁ ବନ୍ଦ କରିଦେବାକୁ ଚକ୍ରାନ୍ତ କହୁଛି । ହେଲେ ସେ ଥିବା ଯାଏଁ କାଳିଆକୁ କେହି ବନ୍ଦ କରିପାରିବେନି ବୋଲି କହିବା ସହ ବିଜେଡି ପୁଣି ଥରେ ସରକାରକୁ ଫେରିବାର ପ୍ରଥମ ଦିନରେ ହିଁ ସବୁ ଚାଷୀଙ୍କୁ ଦୁଇଟି କିସ୍ତିର 10 ହଜାର ଟଙ୍କା ପ୍ରଦାନ କରାଯିବ । ସେହିଭଳି ବିଜେଡି ମହିଳାମାନଙ୍କୁ ତାଙ୍କ ହକ ଦେଇଛି ।

କେନ୍ଦ୍ର ଯୋଜନାରେ ମହିଳାମାନଙ୍କୁ ସ୍ବାସ୍ଥ୍ୟ ସୁବିଧା ପାିଁ 5 ଲକ୍ଷ ଟଙ୍କା ଦିଆଯାଉଥିବା ବେଳେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାମାନଙ୍କ ପାଇଁ ଦୁଇ ଗୁଣା ରାଶିର ସହାୟତା ଦିଆଯିବ । 1-0 ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ମିଳିବ । ମିଶନ ଶକ୍ତିର ମା ମାନଙ୍କ ପାଇଁ 5 ହଜାର କୋଟି ଟଙ୍କାର ବ୍ୟବସାୟ ଦେବୁ । ମହିଳାମାନେ ହିଁ ହେଉଛନ୍ତି ବିକାଶର ପ୍ରକୃତ ଡବଲ ଇଞ୍ଜିନ ବୋଲି ସେ କହିଥିଲେ ।

ବିଜେପି କେନ୍ଦ୍ରରେ 5 ବର୍ଷ କ୍ଷମତାରେ ରହିଲା । କଲେ କଣ । ଧନୀ ଅଧିକ ଧନୀ ହେଲେ ଆଉ ଗରୀବ ଅଧିକ ଗରୀବ ହେଲା  । ଏହା ହିଁ ବିଜେପିର ସଫଳତା । କେନ୍ଦ୍ରର ବିଜେପି ସରକାର ଚିଲିକାକୁ ବିକି ଦେବାକୁ ଚକ୍ରାନ୍ତ କରିଥିଲା । ହଜାର ହଜାର ମତ୍ସ୍ୟଜୀବୀଙ୍କ ଦାନାରେ ଧୂଳି ଦେବାକୁ ଚେଷ୍ଟା କରୁଥିଲା । ବିଜେଡି ସରକାର ବିଜେପିର ଚକ୍ରାନ୍ତକୁ ରୋକିଛି । ଚିଲିକା ଆମର ମା, ଓଡିଶାର ଗୌରବ । ହଜାର ହଜାର ଲୋକଙ୍କୁ ଜୀବିକା ଦେଉଛି । ତେଣୁ ମୁଁ ଥିବା ଯାଏଁ ଚିଲିକାର କ୍ଷିତି କରାଇ ଦେବିନି ବୋଲି ସେ କହିଥିଲେ ।

ଏଥିସହିତ ଉପକୂଳ ରାଜପଥକୁ ନେଇ କେନ୍ଦ୍ର କରୁଥିବା ରାଜନୀତିର ମଧ୍ୟ ସେ ଜବାବ ଦେଇଛନ୍ତି । କେନ୍ଦ୍ରର ବିଜେପି ସରକାର ଚାହୁଁଛି ଲକ୍ଷ ଲକ୍ଷ ଲୋକଙ୍କ ଘର ଭାଙ୍ଗି ପୁରୁଣା ରାସ୍ତାକୁ ଚଉଡା କରିବା । ଏକ୍ଷେତ୍ରରେ ଲୋକଙ୍କ ସ୍ବାର୍ଥ ଆଗ ନା କଣ୍ଟ୍ରାକ୍ଟରଙ୍କ ସ୍ବାର୍ଥ ।

Share

Leave a Reply

Your email address will not be published. Required fields are marked *

12 − five =