ରେଳ ବିଦ୍ୟୁତକରଣ ଅଫିସ ସ୍ଥାନାନ୍ତରକୁ ନେଇ ନିର୍ବାଚନ ଆୟୋଗଙ୍କ ନିକଟରେ ବିଜେଡିର ଫେରାଦ

ନିର୍ବାଚନ ଆଚରଣ ବିଧି ବଳବତ୍ତର ଥିବା ବେଳେ ରେଳ ବିଦ୍ୟୁତକରଣ ଅଫିସକୁ ଭୁବନେଶ୍ବରରୁ ବେଙ୍ଗାଲୁରୁ ସ୍ଥାନାନ୍ତର କରିବା ନିଷ୍ପତ୍ତି ଦୁର୍ଭାଗ୍ୟଜନକ। ଏହା ବିରୋଧରେ ଆଜି ନିର୍ବାଚନ ଆୟୋଗଙ୍କୁ ଭେଟି ଫେରାଦ ଦେଇଛି ବିଜେଡି । ଗତକାଲି ବିଜେଡି ସାଧାରଣ ସମ୍ପାଦକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ଜଣାଇଥିଲେ କି, ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାରଙ୍କ ଏପରି ଆଚରଣ ବିଧି ଉଲଂଘନ ନେଇ ନିର୍ବାଚନ ଆୟୋଗଙ୍କ ପାଖରେ ବିଜୁ ଜନତା ଦଳ ପକ୍ଷରୁ ଅଭିଯୋଗ କରାଯିବ । ସ୍ଥାନାନ୍ତରକୁ ରୋକିବା ସହ ନିର୍ବାଚନ ଆଚରଣ ବିଧି ଉଲଂଘନ ପାଇଁ ବିଜେପି ସରକାର ଯେଉଁ ପଦାଧିକାରୀମାନେ ଏଥିରେ ସଂପୃକ୍ତ ସେମାନଙ୍କ ବିରୋଧରେ ଦୃଢ଼ କାର୍ୟ୍ୟନୁଷ୍ଠାନ ପାଇଁ ଦାବି କରାଯିବ। ଓଡ଼ିଶାରେ ଆଉ ରେଳ ପ୍ରକଳ୍ପ କାମ ସମ୍ପୂର୍ଣ୍ଣ ହୋଇ ନ ଥିବା ବେଳେ କର୍ଣ୍ଣାଟକ ଭୋଟ ହାତେଇବା ପାଇଁ ବିଜେପି ସରକାର ଓଡ଼ିଶା ପ୍ରତି ପୁଣି ଥରେ ବୈମାତୃକ ମନୋଭାବ ଦେଖାଇଛନ୍ତି ବୋଲି ଅଭିଯୋଗ କରିଛି ବିଜେଡି ।

Share

Leave a Reply

Your email address will not be published. Required fields are marked *

12 + thirteen =