ବିଜେଡିରେ ଯୋଗଦେଲେ ହଳଧର ନାଗ

ଭୁବନେଶ୍ୱର () ପଶ୍ଚିମ ଓଡିଶାର ଲୋକପ୍ରିୟ ଗୀତିକାର ଓ ଲେଖକ ପଦ୍ମଶ୍ରୀ ହଳଧର ନାଗ ଆଜି ରାଜନୀତିକୁ ଲମ୍ଫ ଦେଇଛନ୍ତି । ସେ ଆଜି ନବୀନ ନିବାସରେ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି ।

ବିଜେଡିରେ ହଳଧରଙ୍କ ଯୋଗଦାନ ପଶ୍ଚିମ ଓଡ଼ିଶାରେ ଦଳର ଲୋକପ୍ରିୟତାକୁ ବୃଦ୍ଧି କରିବ । 1950 ମାର୍ଚ୍ଚ 31 ତାରିଖରେ ବରଗଡ଼ ଜିଲ୍ଲାର ଘେଁସରେ ଜନ୍ମଗ୍ରହଣ କରିଥିବା ହଳଧର ପୁରା ପଶ୍ଚିମ ଓଡ଼ିଶାରେ ଲୋକ କବି ରତ୍ନ ଭାବେ ପରିଚିତ ।

କୋଶଳୀ ଭାଷାରେ ତାଙ୍କର ଲେଖା ଶୈଳୀ ପାଇଁ ତାଙ୍କୁ ସ୍ଵଭାଵ କବି ଗଂଗାଧର ମେହେରଙ୍କ ସମକକ୍ଷ କରିପାରିଛି । 2016 ଅକ୍ଟୋବର ମାସରେ ହଳଧରଙ୍କ ବଛା ବଛା ଗୀତକୁ ନେଇ ପ୍ରକାଶିତ ଇଂରାଜୀ ଅନୁବାଦ ତାଙ୍କୁ ଆହୁରି ଲୋକପ୍ରିୟ କରିଛି ।

Share

Leave a Reply

Your email address will not be published. Required fields are marked *

5 × 4 =