ପଶ୍ଚିମ ଓଡିଶାରୁ ଲଢ଼ିବେ ନବୀନ

ଭୁବନେଶ୍ୱର () ସବୁ ସମୟରେ ବିରୋଧୀଙ୍କୁ ମାତ ଦେବାକୁ ନବୀନ ପଟନାୟକ ମାଷ୍ଟର ଷ୍ଟ୍ରୋକ ଖେଳି ହାତବାକ କରୁଥିବା ବେଳେ ଆଜି ଆଉ ଏକ ଝଟକା ଦେଇଛନ୍ତି । ଏଥର ନବୀନ ନିଜ ଆସନ ଛାଡି ପଶ୍ଚିମ ଓଡିଶାରୁ ଲଢ଼ିବେ । କେଉଁ ଆସନରୁ ଲଢ଼ିବେ ତାହା କିନ୍ତୁ ଚୂଡାନ୍ତ ହୋଇନି ।

ପଶ୍ଚିମ ଓଡିଶାର ମହିଳା, ଚାଷୀ, ଛାତ୍ର ଓ ଯୁବ ସାମଜ ମୁଖ୍ୟମନ୍ତ୍ରୀଙ୍କୁ ପଶ୍ଚିମ ଓଡିଶାରୁ ପ୍ରତିଦ୍ବନ୍ଦିତା କରିବାକୁ ଅନୁରୋଧ କରୁଛନ୍ତି । ସେମାନଙ୍କ ଅନୁରୋଧକୁ ରକ୍ଷା କରି ନବୀନ ପଶ୍ଚିମ ଓଡିଶାର ଯେକୌଣସି ଏକ ଆସନରୁ ପ୍ରାର୍ଥୀ ହେବେ ବୋଲି ଗୁରୁତ୍ତର ସହ ଚିନ୍ତା କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ନବୀନ ଗତ 10 ବର୍ଷ ହେଲା ପଶ୍ଚିମ ଓଡିଶାର ବିକାଶକୁ ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି । ବରଗଡ଼ ଠାରୁ ବଲାଙ୍ଗୀର, କଳାହାଣ୍ଡି, ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡା, ବୌଦ୍ଧ, ସୋନପୁର ଆଦି ଜିଲ୍ଲାର ଜଳସେଚନ, ପାନୀୟ ଜଳ, ଗମନାଗମନ ଆଧି ଦିଗକୁ ପ୍ରାଧାନ୍ୟ ଦେଇଛନ୍ତି । ଏହାର ଫଳସ୍ୱରୂପ ପଶ୍ଚିମ ଓଡ଼ିଶାରେ ଜଳସେଚନର ଆଖିଦୃଶିଆ ବିକାଶ ହେବ ସହ ଗମନାଗମନ ଓ ପାନୀୟ ଜଳ ସମସ୍ୟାର ଅନେକାଂଶରେ ସମାଧନ ହୋଇଛି । ତେଣୁ ନବୀନ ନିଜେ ଏହି ଅଞ୍ଚଳକୁ ପ୍ରତିନିଧିତ୍ୱ କଲେ ଏହାର ବିକାଶ ଧାରର ଦ୍ରୁତ ଅଗ୍ରଗତି ହେବ ବୋଲି ମହିଳା, ଚାଷୀ, ଛାତ୍ର ଓ ଯୁବ ସମାଜ ଅନୁଭବ କରୁଛନ୍ତି ।

Share

Leave a Reply

Your email address will not be published. Required fields are marked *

four + 14 =