ଦିନକରେ କ’ଣ ଏବଂ କେତେ ପରିମାଣ ଖାଦ୍ୟ ଖାଆନ୍ତି ଗ୍ରେଟ ଖଲି ଜାଣନ୍ତୁ…

ମୁମ୍ବାଇ () ଦ ଗ୍ରେଟ୍ ଖଲି ଜଣେ ପେଶାଗତ ପହିଲିମାନ ଏବଂ ସେ ହଲିଉଡ ଏବଂ ବଲିଉଡ ଫିଲ୍ମରେ ମଧ୍ୟ କାମ କରି ସାରିଛନ୍ତି। ଗ୍ରେଟ୍ ଖଲି ଭାରତର ପ୍ରଥମ ଏପରି ବ୍ୟକ୍ତି ଯିଏ ଡବ୍ଲ୍ୟୁଡବ୍ଲ୍ୟୁଇରେ ଅଂଶ ଗ୍ରହଣ କରିଥିଲେ।ଖଲିଙ୍କ ଉଚ୍ଚତା ୭ଫୁଟ ୧ଇଞ୍ଚ ଏବଂ ତାଙ୍କ ଓଜନ ୧୫୭କିଲୋ।ଗ୍ରେଟ ଖଲି ଖାଇବା ପିଇବା ମାମଲାରେ ଅନ୍ୟ ପହିଲିମାନଙ୍କ ତୁଳନାରେ ସମ୍ପୂର୍ଣ୍ଣ ଅଲଗା। ସେ ସାଧାରଣତଃ ଶାକାହାରୀ ଖାଇବାକୁ ଭଲ ପାଆନ୍ତି। ସେ ମଦଠୁ କୋଷେ ଦୂରରେ ରୁହନ୍ତି।

ଗ୍ରେଟ୍ ଖଲି ସକାଳେ ଜଳଖିଆ ଜଳଖିଆରେ ପାଖାପାଖି ୧୦ଟି ଅଣ୍ଡା ଏବଂ ଏହା ସହିତ ୧ଲିଟର କ୍ଷୀର ଏବଂ ବ୍ରେଡ ଖାଇଥାଆନ୍ତି। ସେ କେବେ ବି ଚା’ କିମ୍ବା କଫି ପିଇନଥାଆନ୍ତି।

ଗ୍ରେଟ୍ ଖଲି ଲଞ୍ଚରେ ଏକ କିଲୋ ଚିକେନ,ତରକାରୀ,ଡାଲି, ପନିପରିବା ଏବଂ ଧଳା ବ୍ରେଡ,ଭାତ ଏବଂ ଅଣ୍ଡା ସହ କିଛି ଡ୍ରାଏ ଫ୍ରୃଟସ ମଧ୍ୟ ଖାଇବାକୁ ପସନ୍ଦ କରିଥାଆନ୍ତି।

ଗ୍ରେଟ୍ ଖଲି ଡିନରରେ ୧୦ଟି ଗହମର ରୁଟି,ବ୍ରାଉନ ରାଇସ,ଚିକେନ ଏବଂ ୬ଟି ଅଣ୍ଡା,ବାଦାମ ଏବଂ ତରକାରୀ ଖାଇଥାଆନ୍ତି। ଏହା ସହିତ ସେ ୨ଲିଟର କ୍ଷୀର ଏବଂ ଡିନର କରିବା ପରେ ବରଫ ଖାଇବାକୁ ପସନ୍ଦ କରିଥାଆନ୍ତି।

Share

Leave a Reply

Your email address will not be published. Required fields are marked *

two × one =