ରେଳ ବିଦ୍ୟୁତୀକରଣ ପ୍ରକଳ୍ପ ସ୍ଥାନାନ୍ତର ଆଚରଣ ବିଧିର ଉଲ୍ଲଙ୍ଘନ: ବିଜେଡି

ଭୁବନେଶ୍ବର (): ବିଜେପି ଶାସିତ କେନ୍ଦ୍ର ସରକାରଙ୍କ ଦ୍ବାର ରେଳବାଇ ବିଦ୍ୟୁତୀକରଣ ଭୁବନେଶ୍ୱର କାର୍ଯ୍ୟାଳୟକୁ ବାଙ୍ଗାଲୋର ସ୍ଥାନାନ୍ତର କରିବା ସହ ଓଡ଼ିଶାରେ ଏହି କାର୍ଯାଳୟକୁ ବନ୍ଦ କରିଦେବା କେନ୍ଦ୍ର ସରକାରଙ୍କ ଓଡ଼ିଶା ପ୍ରତି ବୈମାତୃକ ମନୋଭବର ଆଉ ଏକ ଉଦାହରଣ । ସାରା ରାଜରେ ଶୁକ୍ରବାର ଏହି ବିଷୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହେବା ପରେ ବିଜେପିକୁ ନିଜ ମୁହଁ ଲୁଚାଇବାକୁ ପଡ଼ିଛି । ବିଗତ ୫ ବର୍ଷ ମଧ୍ୟରେ ବିଜେପି ସରକାରକୁ ଆସିବା ପରେ ରେଳବାଇ କ୍ଷେତ୍ରରେ ଓଡ଼ିଶାକୁ ସର୍ବଦା ଅଣଦେଖା କରାଯାଇଛି । ବର୍ଷକୁ ୨୦ ହଜାର ଟଙ୍କାର ରାଜସ୍ବ ନେଉଥିଲା ବେଳେ ବିଜେପି ସରକାର କେବଳ ଓଡ଼ିଶାରେ ୨୦୦୦ କୋଟିରୁ କମ୍ ଟଙ୍କା ଖର୍ଚ୍ଚ କରୁଛି । ଶୀତଳାପଲ୍ଲୀ ଠାରେ ରେଳଡବା କାରଖାନା ନିର୍ମାଣ ହେଉ ବା କଳାହାଣ୍ଡିରେ ରେଳବାଇ ମେଣ୍ଟେନାନ୍ସ ୱାର୍କସପ୍ ପାଇଁ ହେଉ, ବର୍ଷ ପରେ ବର୍ଷ ଦାବି କରାଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ବିଜେପି ସରକାର ସେଗୁଡ଼ିକୁ କାର୍ଯ୍ୟକାରୀ କଲେ ନାହିଁ । ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାକୁ ରେଳ ସଂଯୋଗୀକରଣ ପାଇଁ ରାଜ୍ୟ ସରକାର ମାଗଣା ଜମି ଓ ପ୍ରକଳ୍ପର ୫୦ ଭାଗ ଅର୍ଥ ବହନ କରିବା ପାଇଁ ପ୍ରସ୍ତୁତ ଥିଲା ପରେ ମଧ୍ୟ ଗୋଟିଏ ଇଞ୍ଚ ବି କାର୍ଯ୍ୟ ନ ହେବା ବିଜେପିର ଓଡ଼ିଶା ପ୍ରତି ଉଦାସୀନ ମନୋଭାବକୁ ଦର୍ଶାଉଛି ବୋଲି ବିଜେଡି ସାଧାରଣ ସମ୍ପାଦକ ମାନସ ରଞ୍ଜନ ମଙ୍ଗରାଜ ଅଭିଯୋଗ କରିଛନ୍ତି ।

ଗତକାଲି ଭୁବନେଶ୍ବରସ୍ଥିତ ରେଳବାଇ ବିଦ୍ୟୁତୀକରଣ ଅଫିସ୍କୁ ବେଙ୍ଗାଲୁରୁକୁ ସ୍ଥାନାନ୍ତର କରିବା ଓ ଭୁବନେଶ୍ବରରେ ବନ୍ଦ କରିଦେବା ସନ୍ଦର୍ଭରେ ବିଜେଡି ବିବୃତି ରଖିଥଇଲା । ଏହି ବିବୃତିରେ ବିଜେପି ସରକାରର ଓଡ଼ିଶା ବିରୋଧୀ ମନୋଭାବକୁ ଦଳ ସାମ୍ନାକୁ ଆଣିଥିଲା ବେଳେ ବିଗତ ଦିନରେ ଓଡ଼ିଶାର ଇଷ୍ଟକୋଷ୍ଟ ରେଲୱେକୁ ୨ ଭାଗରେ ବିଭକ୍ତ କରି ଆନ୍ଧ୍ରରେ ଥିବା ଭାଇଜାଗ୍ ଠାରେ ଏକ ନୂତନ ଦକ୍ଷିଣତଟ ରେଳବାଇ ଡିଭିଜନ୍ କରିବାକୁ ଉଲ୍ଲେଖ କରିଥିଲା । କ୍ରମାଗତ ଭାବେ ଓଡ଼ିଶାରେ ରେଳବାଇକୁ ଦୁର୍ବଳ କରିଦେବାର ଯେଉଁ ଷଡ଼ଯନ୍ତ୍ର ବିଜେପିର ରହିଛି ତାହା ଓଡ଼ିଶା ଜନସାଧାରଣଙ୍କ ପାଖରେ ବିଜେଡି ରଖିଥିଲା । ଏହାର ଜବାବ୍ରେ ନିଜର ହାତ ଧୋଇଦେଇ ବିଜେପି ରେଳବାଇ ବିଦ୍ୟୁତୀକରଣ ଭୁବନେଶ୍ୱର ଅଫିସ୍ ବନ୍ଦ ହେବା ଯୁକ୍ତିଯୁକ୍ତ ବୋଲି ମତ ଦେଇଥିଲା । ବିଜେପିର ଏହି ମତରୁ ସ୍ପଷ୍ଟ ଜରାପଡ଼ୁଛି ଯେ ଏକ ବିଭ୍ରାନ୍ତ, ପ୍ରବଞ୍ଚନା ଓ ପ୍ରହେଳିକାର ବାତାବରଣ ସୃଷ୍ଟି କରି ନିଜର ଦାୟିତ୍ବରୁ ଓହରିଯିବା ପାଇଁ ବିଜେପି ଚାହୁଁଛି । ସୂଚନାଯୋଗ୍ୟ ୩ଟି ପ୍ରକଳ୍ପର କାର୍ଯ୍ୟ ଯଥା ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର, ଲାଞ୍ଜିଗଡ଼ ରେଡ୍-ଜୁନାଗଡ଼ ଏବଂ ନୂଆପଡ଼ା-ଗୁଣୁପୁର ଟେଣ୍ଡର ପ୍ରକ୍ରିୟା ହୋଇଥିଲା ବେଳେ ଆହୁରି ୩ଟି ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହେବାର ସୂଚନା ମିଳୁଛି । ଏହି ଅଫିସ୍ ବେଙ୍ଗାଲୁରୁକୁ ସ୍ଥାନାନ୍ତର କରିବାକୁ ବିଜେଡି ଦୃଢ଼ତାର ସହିତ ନିନ୍ଦା କରୁଛି ଏବଂ ଏହା ସହ ଯେହେତୁ ନିର୍ବାଚନର ଆଚରଣର ଅବ୍ୟବହିତ ପୂର୍ବରୁ ଆନ୍ଧ୍ରପ୍ରଦେଶର ଭୋଟ୍ ହାତେଇବାକୁ ତରବରିଆ ଭାବରେ ବିଜେପି ସରକାର ଦକ୍ଷିଣତଟ ରେଳବାଇ ଡିଭିଜନ୍ ଗଠନ କରି ଓଡ଼ିଶାର ପୂର୍ବତଟ ରେଳବାଇକୁ କୁଠାରଘାତ କରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

five + fourteen =