କଂଗ୍ରେସ ଓ ବିଧାୟକ ପଦରୁ ଯୋଗେଶଙ୍କ ଇସ୍ତଫା, ନିଲମ୍ବନ ନେଇ ଉଠାଇଲେ ପ୍ରଶ୍ନ

ଭୁବନେଶ୍ୱର () ଗତକାଲି ଶୃଙ୍ଖଳା ଭଙ୍ଗ ଅଭିଯୋଗରେ କଂଗ୍ରେସରୁ ନିଲମ୍ବିତ ହୋଇଥିବା ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂ ଆଜି ଦଳର ସଭ୍ୟପଦ ଓ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି । ସେ ନିଜ ଇସ୍ତାଫାପତ୍ର ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ପଠାଇଦେଇଛନ୍ତି ।

ଇସ୍ତାଫାପତ୍ରରେ ସେ ତାଙ୍କ ନିଲମ୍ବନକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କୁ ପ୍ରଶଂସା କରିଥିବାରୁ ତାଙ୍କ ବିରୋଧରେ କାହିଁକି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ ପ୍ରଶ୍ନ କରିଛନ୍ତି । ପୂର୍ବରୁ ୟୁପିଏ ସରକାର ଅମଳରେ ଓଡିଶା ଆସୁଥିବା କେନ୍ଦ୍ରମନ୍ତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି । ସେ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ସର୍ବଭାରତୀୟ ସ୍ତରରେ ସମ୍ମାନିତ ହୋଇଛନ୍ତି । ଏଭଳିସ୍ଥିତିରେ ସେ ପ୍ରଶଂସା କରିବାରେ ଅସୁବିଧା ରହିଲା କେଉଁଠି ବୋଲି ସେ ପ୍ରଶ୍ନ କରିଛନ୍ତି ।

ବିନା କାରଣଦର୍ଶାଅ ନୋଟିସରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ସେ ବିରୋଧ କରିଛନ୍ତି । ସେହିଭଳି 25ରେ ରାହୁଲଙ୍କ ଭୁବନେଶ୍ୱର ସମାବେଶରେ ଯୋଗଦେଇପାରିବେନି ବୋଲି ସେ ପୂର୍ବରୁ ଜଣାଇଥିଲେ । କାରଣ ତାଙ୍କର ପୂର୍ବ ଏନଗେଜମେଣ୍ଟ ରହିଛି ।

 

Share

Leave a Reply

Your email address will not be published. Required fields are marked *

5 × 4 =