ଧନ ନଥିଲେ ଟିକେଟ ଦିଆଯିବନି

ଭୁବନେଶ୍ୱର()  ଧନ ନଥିଲେ ଏଥର ଉପନିର୍ବାଚନରେ ଟିକେଟ ଦିଆଯିବନି । ଏଭଳି କହିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ତିର୍ତ୍ତୋଲ ଉପନିର୍ବାଚନ ନେଇ ଶ୍ରୀ ରାଉତରାୟ ନିଜ ପ୍ରତିକ୍ରିୟା ରଖି ଏହା କହିଛନ୍ତି ।

ସେ କହିଛନ୍ତି ଯେ, ତୃଣମୂଳସ୍ତରରୁ ଉପନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ତିର୍ତ୍ତୋଲ ଉପନିର୍ବାଚନ ପାଇଁଁ ମୋତେ ଦାୟିତ୍ୱ ଦିଆଯାଇଛି । ଦକ୍ଷ ଓ ଧନୀ ଲୋକଙ୍କୁ ଏଥର ଟିକେଟ ଦିଆଯିବ । ଧନ ନଥିଲେ ଏଥର ଉପନିର୍ବାଚନରେ ଟିକେଟ ଦିଆଯିବନି । ପ୍ରାର୍ଥୀ ପାଇଁ ବର୍ତ୍ତମାନ ସୁଦ୍ଧା ୨ ଜଣ ଆବେଦନ କରିଛନ୍ତି । ଆମେ ଅମାତନ ହରାଇବୁନି, ଜିତିବୁ ବୋଲି ସୁର ରାଉତରାୟ କହିଛନ୍ତି ।

ଅନ୍ୟପକ୍ଷରେ ତିର୍ତ୍ତୋଲ ଓ ବାଲେଶ୍ୱର ଉପନିର୍ବାଚନ ପାଇଁ କଂଗ୍ରେସର କମିଟି ଗଠନ କରାଯାଇଛି । କାର୍ୟ୍ୟକାରୀ ସଭାପତି ଚିରଞ୍ଜୀବୀ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯାଇଛି । ତିର୍ତ୍ତୋଲ ଦାୟିତ୍ୱରେ ସୁର ରାଉତରାୟ ଓ ବାଲେଶ୍ୱର ଦାୟିତ୍ୱରେ ତାରା ବାହିନୀପତି ଥିବା ସୂଚନା ମିଳିଛି ।

Share

Leave a Reply

Your email address will not be published. Required fields are marked *

three × 1 =