କାଳିଆ ସହାୟତାକୁ ନେଇ ହେଉଛି ଗୁଜବ, ବଡ଼ବଡ଼ିଆ ନାହାଁନ୍ତି

ଭୁବନେଶ୍ୱର () କାଳିଆ ସହାୟତାକୁ ନେଇ ଗୁଜବ ହେଉଛି । ଯୋଜନାରେ କୌଣସି ବଡ଼ବଡିଆଙ୍କୁ କାଳିଆ ସହାୟତା ଦିଆଯାଇନି । ଆଜି ଏହା ସ୍ପଷ୍ଟ କରିଛନ୍ତି କୃଷି ସଚିବ ସୌରଭ ଗର୍ଗ । ଯେଉଁ ତାଲିକାକୁ ନେଇ ଗୁଜବ ହେଉଛି ତାହା ଜାନୁଆରୀର 1ତାରିଖର ଚିଠା ତାଲିକା । 20.43 ଲକ୍ଷ ଚାଷୀଙ୍କ ଚିଠା ତାଲିକା ହୋଇଥିଲା ।

ଏହି ଚିଠା ତାଲିକାକୁ ତର୍ଜମା କରାଯାଇ 12.45ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଜାନୁଆରୀ 25 ତାରିଖରେ କାଳିଆ ସହାୟତା ପ୍ରଦାନ କରାଯାଇଛି । ଯେଉଁ ହିତାଧିକାରୀଙ୍କୁ ସହାୟତା ଦିଆଯାଇଛି ସେମାନଙ୍କ ପୃଷ୍ଠଭୂମୀ ଭଲଭାବେ ଯାଞ୍ଚ ହୋଇଛି । ଚିଠା ତାଲିକାରୁ ସ୍ୱତଃପ୍ରବୃତ୍ତ ଭାବେ ନାମ ବାଦ କରିବାକୁ ଦେଢ଼ ଲକ୍ଷ ଆବେଦନ ନାଳିଆ ଫର୍ମରେ ଆସିଥିଲା ।

12.45 ଲକ୍ଷ କ୍ଷୁଦ୍ର ଚାଷୀଙ୍କ ସହ 50 ହଜାର ଋଣୀ ଚାଷୀଙ୍କୁ ବି ସହାୟତା ଦିଆଯାଇଛି । 7 ଲକ୍ଷ ଚାଷୀଙ୍କୁ 5000 ଟଙ୍କା କାଳିଆ ସହାୟତା ପଠାଇବା ପୂର୍ବରୁ 1 ଟଙ୍କା ଲେଖାଏଁ ଟେଷ୍ଟିଂ ପାଇଁ ଡିବିଟିରେ ବ୍ୟାଙ୍କରୁ ପଠାଯାଇଥିଲା । ତାକୁ ନେଇ ମଧ୍ୟ ଗୁଜବ ହେଉଛି । ତାଲିକାଭୁକ୍ତ 20 ହଜାର ଚାଷୀ 25 ତାରିଖରେ ବୈଷୟିକ ତ୍ରୁଟି ଯୋଗୁ ଅର୍ଥ ପାଇପାରିନାହାନ୍ତି । ସେମାନଙ୍କୁ ଖୁବଶୀଘ୍ର ସହାୟତ ଆକାଉଣ୍ଟରେ ପ୍ରଦାନ କରାଯିବ ବୋଲି କୃଷି ସଚିବ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

four × 2 =