ଟିଟଲାଗଡ଼ରେ ରାସ୍ତାରେ ବୁଲୁଛି ଚିତା … ଦେଖନ୍ତୁ ଏହି ଭିଡିଓ

ଟିଟିଲାଗଡ଼ () ଟିତଲଗଡ଼ରେ ଚିତା ବାଘ । ବଡ଼ମାଳ ଗୋଳାବାରୁଦ କାରଖାନା ପରିସରରେ  ଚିତା ବାଘ ଘୁରିବୁଲୁଥିବା ଦେଖିବାକୁ ମିଳିଛି । ଗତ 30 ତାରିଖ ରାତି ପ୍ରାୟ ଦଶଟା ପାଖାପାଖି ଏକ ଚିତା ବାଘ ବଡ଼ମାଳ କାରଖାନା ପରିସରରେ ପଇଁତରା ମାରୁଥିବା ଦେଖାଦେଇଛି । ଚିତାବାଘ ମୁଖ୍ୟ ରାସ୍ତାରେ ଯାଉଥିବା ସମୟରେ କେତେକ ଯୁବକ ଏକ ଗାଡି ଭିତରେ ରହି ଚିତାବାଘର ଗତି ବିଧି ଉପରେ ମୋବଇଲେ ରେ ଭିଡିଓ ରେକଡ଼ିଂ କରିଥିଲେ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ତାହା ଏକ ନିଷିଦ୍ଧଅଂଚଳ ହୋଇଥିବାରୁ ବନ ବିଭାଗ ପାଖରେ ଖବର ଥିଲେ ବି ସେମାନେ କୌଣସି କାର୍ଯ୍ୟାନୁଷ୍ଠାନ ନେଇପାରୁନାହାନ୍ତି ।

ଦେଖନ୍ତୁ ଚିତା ବାଘଟି କେମିତି ରାସ୍ତାର ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ବେଶ ଆରାମ ରେ ଯାଉଛି । ଏ ଦୃଶ୍ୟ ହେଉଛି ବଡ଼ମାଳ ଗୋଳାବାରୁଦ କାରଖାନାକୁ ଲାଗି ରହିଥିବା ବର୍ଣ୍ଣି ଜଙ୍ଗଲର । କିଛି ଦିନ ତଳେ ଦୁଇଟି ଚିତାବାଘ ରାସ୍ତା ଉପରେ ବୁଲୁଥିବାର ସ୍ଥାନୀୟ ଲୋକ ଦେଖିଥିଲେ । କିଛି ମାସ ତଳେ ଗୋଟିଏ ଚିତାବାଘ ବଡ଼ମାଳକୁ ଆସୁଥିବା ପାଣି ପାଇପ ଉପରେ ବସି ଥିବା ଏକ ଫଟୋ ବି ଭାଇରାଲ ହୋଇଥିଲା । ଗତ କିଛି ଦିନ ମଧ୍ୟରେ ଲଗାତାର ଭାବରେ ବଡ଼ମାଳ ଅଂଚଳରେ ଏମିତି ଚିତାବାଘ ଦେଖା ଯିବା ଘଟଣାକୁ ନେଇ ସ୍ଥାନୀୟ ଲୋକେ ଭୟଭୀତ ।

Share

Leave a Reply

Your email address will not be published. Required fields are marked *

six + one =