ନଜର ପକାନ୍ତୁ ଦେଶର କରୋନା ଅପଡେଟ୍ ଉପରେ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୮,୯୪୯ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେହିଭଳି ଗୋଟିଏ ଦିନରେ ୪୦,୦୨୬ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଏପର‌୍ୟ୍ୟନ୍ତ ମୋଟ ୩,୦୧,୮୩,୮୭୬ ଜଣ ଆରୋଗ୍ୟଲାଭ କରିସାରିଛନ୍ତି। ଦେଶରେ ଆରୋଗ୍ୟ ହାର ୯୭.୨୮% ରହିଛି।

ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୪,୩୦,୪୨୨ ରହିଛି। ଦୈନିକ ସଂକ୍ରମଣ ହାର ୧.୯୯% ହୋଇଥିବାବେଳେ ସାପ୍ତାହିକ ସଂକ୍ରମଣ ହାର ୨.୧୪% ରହିଛି। ଦେଶରେ ଏପର‌୍ୟ୍ୟନ୍ତ ମୋଟ ୪୪ କୋଟି କୋଭିଡ ନମୁନା ପରୀକ୍ଷା କରାଯାଇସାରିଛି। ସେହିଭଳି ୩୯.୫୩ କୋଟି ପାନ କୋଭିଡ ଟିକା ଦିଆଯାଇସାରିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

Share

Leave a Reply

Your email address will not be published. Required fields are marked *

2 × three =