ମେଣ୍ଟ ଭାଙ୍ଗିବା ପ୍ରସଙ୍ଗରେ ଡୋଭାଲଙ୍କ ସହ ହୋଇଥିଲା ଆଲୋଚନା

ନୂଆଦିଲ୍ଲୀ () ଭାରତୀୟ ଜନତା ପାର୍ଟିର ଅଧ୍ୟକ୍ଷ ଅମିତ ଶାହା ଜାମ୍ମୁ-କାଶ୍ମୀର ମାମଲାରେ ଆଜି ସକାଳେ ରାଜ୍ୟର ନେତାଙ୍କ ସହ ଆଲୋଚନା କରିଥିଲେ । ବୈଠକ ପରେ ବିଜେପି ପିଡିପି ସହ ମେଂଟ ଭାଙ୍ଗିବା ନେଇ ଘୋଷଣା କରିଥିଲା  । ଏହି ବଡ ନିଷ୍ପତି ନେବା ପୂର୍ବରୁ ଶାହା ଭାରତର ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ ବିଚାର ବିମର୍ଶ କରିଥିଲେ  ।

ଜମ୍ମୁ-କାଶ୍ମୀରରେ ଲାଗିଥିବା ପରିସ୍ଥିତିକୁ ନେଇ ଜାତୀୟ ସୁରକ୍ଷା ପରାମର୍ଶଦାତା ଡୋଭାଲ ଆଜି ସକାଳେ ଶାହାଙ୍କ ସହ ସାକ୍ଷାତ କରିବା ସହ ଅନେକ ସୂଚନା ଦେଇଥିଲେ  । ଏହି ସାକ୍ଷାତକାର ପରେ ଡୋଭାଲ କାଶ୍ମୀରରେ ଆତଙ୍କବାଦୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାର ଯୋଜନା ତଥା ରୋଡମ୍ୟାପ୍ ପ୍ରସ୍ତୁତ କରିଥିବା କହିଥିଲେ । ଘାଟିରେ ଆତଙ୍କୀଙ୍କ ବିରୋଧରେ ଅତିଶୀଘ୍ର ଏକ ବଡ ଅପରେସନ କରାଯିବା ନେଇ ସୂଚନା ଦେଇଛନ୍ତି ଡୋଭାଲ୍  ।

ଡୋଭାଲଙ୍କ କହିବାନୁସାରେ, ଅସ୍ତ୍ରବିରତିର ଧାର୍ଯ୍ୟ ସୀମା ଶେଷ ହେବା ପରେ ସେନା ନୂଆ ଶକ୍ତି ସହ ଆତଙ୍କବାଦୀଙ୍କ ବିରୋଧରେ ଲଢେଇ ଆରମ୍ଭ କରିଛି  । ରାଜ୍ୟରୁ ଆତଙ୍କର ମୂଳପୋଛ କରିବା ପାଇଁ ତଥା ଶାନ୍ତି ପ୍ରତିଷ୍ଠା କରିବା ଦିଗରେ କିଛି ଗୋଟେ ବଡ ଅଭିଯାନ ଆରମ୍ଭ କରିବ ସେନା  ।

ସୂଚନାଯୋଗ୍ୟ କି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାମ୍ମୁ-କାଶ୍ମୀର ପରିସ୍ଥିତିକୁ ନେଇ ଗୃହ ମନ୍ତ୍ରୀ ରାଜନାଥ ସିଂଙ୍କ ସହ ଆଲୋଚନା କରିଥିଲେ । ଗତ ଏକମାସ ଧରି ଅ ।ତଙ୍କବାଦୀଙ୍କ ବିରୋଧରେ ସ୍ଥଗିତ ଥିବା ଅପରେସନର ଅବଧି ସମ୍ପର୍କରେ ସମୀକ୍ଷା ମଧ୍ୟ କରିଥିଲେ ମୋଦୀ  ।

Share

Leave a Reply

Your email address will not be published. Required fields are marked *

11 + 13 =