ମେଣ୍ଟ ଭାଙ୍ଗିବା ପରେ ବିକଳ୍ପ

ନୂଆଦିଲ୍ଲୀ () ଜାମ୍ମୁ ଓ କାଶ୍ମୀରରେ ପିଡିପି ସହିତ ସରକାର ଚଳାଉଥିବା ମେଣ୍ଟ ସରକାରରୁ ବିଜେପି ଓହରି ଯାଇଛି । ବିଜେପିର ବରିଷ୍ଠ ନେତା ରାମ ମାଧବ ମଙ୍ଗଳବାର କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସବୁ ପ୍ରକାର ସହଯୋଗ ଦିଆଯାଇଛି, ମାତ୍ର ରାଜ୍ୟ ସରକାର ସ୍ଥିତି ସମ୍ଭାଳିବାରେ  ବିଫଳ ହୋଇଛନ୍ତି । କାଶ୍ମୀର ଘାଟିରେ ପରିସ୍ଥିତି ଅଧିକ ବିଗିଡିବାରେ ଲାଗିଛି, ଏବେ ରାଷ୍ଟ୍ରୀୟ ସୁରକ୍ଷା ଓ ଏକତାକୁ ଧ୍ୟାନରେ ରଖି ମେଣ୍ଟ ସରକାରଠୁ ଅଲଗା ହେବା  ପାଇଁ ନିଷ୍ପତ୍ତି ନିଅ ।ଯାଇଥିବା ରାମ ମାଧବ କହିଛନ୍ତି । ମେହବୁବା ସରକାରଙ୍କ ପାଇଁ ଆଗକୁ କଣ ରହିଛି ବିକଳ୍ପ ।

ବିଜେପି ରାଜ୍ୟରେ ରାଜ୍ୟପାଳ ଶାସନ ଲାଗୁ କରିବାକୁ ଅନୁରୋଧ କରିଛି । ଅନ୍ୟ ପଟେ ବିଜେପିର ସମର୍ଥନ ପ୍ରତ୍ୟାହାର ପରେ ଜାମ୍ମୁ ଓ କାଶ୍ମୀରରେ ମେହବୁବା ସରକାର ପାଇଁ ସଂକଟ ସୃଷ୍ଟି ହୋଇଛି । ଗତ ବିଧାନସଭା ନିର୍ବାଚନ ଉପରେ ନଜର ପକାଇଲେ ରାଜ୍ୟର ମୋଟ୍ ୮୭ ବିଧାନସଭା ସିଟ୍ ମଧ୍ୟରୁ ପିଡିପିକୁ ୨୫, ବିଜେପିକୁ ୨୫, ନ୍ୟାସନାଲ କନଫରେନ୍ସକୁ ୧୫ ଓ କଂଗ୍ରେସକୁ ୧୨ଟି ସିଟ୍ ମିଳିଛି । ଏହା ବ୍ୟତୀତ ଅନ୍ୟ ଦଳର ଖାତାକୁ ଯାଇଛି ୭ଟି ସିଟ୍ ।

ପ୍ରଥମ ସମୀକରଣ

ର୍ନିବାଚନ ପାଇଁ ଏବେ ପାଖାପାଖି ୩ ବର୍ଷ ବାକି ରହିଛି ।  ଏମିତିରେ ଯଦି ମେଣ୍ଟ ସରକାର ଗଠନ କରିବାକୁ ଚେଷ୍ଟା କରାଯାଏ ତେବେ ପିଡିପିକୁ କଂଗ୍ରେସ ବ୍ୟତୀତ ଅନ୍ୟ ଦଳର ସମର୍ଥନ ମଧ୍ୟ ଅ ।ବଶ୍ୟକୟ ଜାମ୍ମୁ ଓ କାଶ୍ମୀରେ  ବହୁମତ ପାଇଁ ଅ ।ବଶ୍ୟକ ୪୪ଟି ସିଟ୍ । ଏମିତିରେ ପିଡିପିର ୨୮, କଂଗ୍ରେସ ୧୨ ଓ ଅନ୍ୟ ଦଳର ୭ ବିଧାୟକଙ୍କୁ ମିଶାଇଲେ ସମୀକରଣ ୪୭ ହେଉଛି । ମାତ୍ର କଂଗ୍ରେସ ପିଡିପି ସହିତ ମେଣ୍ଟ କରିବା ସମ୍ଭାବନାକୁ ମନା କରି ଦେଇଛି ।

ଦ୍ବିତୀୟ ସମୀକରଣ

ଯଦି ପିଡିପି ଓ କଂଗ୍ରେସ ମଧ୍ୟରେ ମେଣ୍ଟ ନହୁଏ ତେବେ ମେହବୁବା ମୁଫତିଙ୍କ ପାଖରେ ଦ୍ବିତୀୟ ବିକଳ୍ପ ରହିଛି । ଆଉ ଏହି ବିକଳ୍ପ ହେଉଛି ରାଜ୍ୟର ମୁଖ ବିରୋଧୀ ପାର୍ଟି ନ୍ୟାସନାଲ କନଫରେନ୍ସ ସହ ହାତ ମିଳାଇବା । ଏମିତି ସ୍ଥିତିରେ  ବହୁମତ ପାଇଁ ୨୮+୧୫+୭=୫୦ ହେବ ।  ଉପରୋକ୍ତ ଦୁଇଟି ସ୍ଥିତିରେ ଅନ୍ୟ ୭ ସିଟ୍ ପାଇଁ ପିଡିପିକୁ ଅନ୍ୟ ସହଯୋଗୀ ଦଳଙ୍କର ସମର୍ଥନ ଜରୁରୀ ରହିଛିୟ ଏହା ମଧ୍ୟରେ ନ୍ୟାସନାଲ କନଫରେନ୍ସର ନେତା ଉମର ଅବଦ୍ଦୁଲା ରାଜ୍ୟପାଳଙ୍କୁ ଭେଟ୍ କରିବାର କାର୍ଯ୍ୟକ୍ରମ ରହିଛି । ନ୍ୟାସନାଲ କନଫରେନ୍ସ ମଧ୍ୟ ମହତ୍ବପୂର୍ଣ୍ଣ ବୈଠକ ଡକାଇଛି ।

ତୃତୀୟ ସମୀକରଣ

ଯଦି ଏହି ସମୀକରଣ ଉପରେ ସହମତି ନହୁଏ ତେବେ ରାଜ୍ୟରେ ରାଜ୍ୟପାଳ ଶାସନ ଲାଗୁ ହେବୟ ଏହା ପରେ ର୍ନିବାଚନ କରାଇବାର ବିକଳ୍ପ ଖୋଲା ରହିବ । ରାଜ୍ୟର ଉପମୁଖ୍ୟମନ୍ତ୍ରୀ କବିନ୍ଦର ଗୁପ୍ତା ମଧ୍ୟ ଘୋଷଣା କରିଛନ୍ତି ଯେ ଆମର ମନ୍ତ୍ରୀ ନିଜର ଇସ୍ତଫା ପତ୍ର ରାଜ୍ୟପାଳଙ୍କୁ ପଠାଇ ଦେଇଛନ୍ତି ।  ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କୁ ମଧ୍ୟ ଏହାର ସୂଚନା ଦିଆଯାଇଛି ।

Share

Leave a Reply

Your email address will not be published. Required fields are marked *

five × 5 =