ସୋସିଆଲ ମିଡିଆ ପାଇଁ ନୂଆ ଆଇନ

ନୂଆଦିଲ୍ଲୀ() ସୋସିଆଲ ମିଡିଆ ଉପରେ ଏଣିକି ଲାଗିବ ଅଙ୍କୁଶ । ସୋସିଆଲ ମିଡିଆକୁ ଆଉ ବେଶି ଦିନ ଲଗାମହୀନ ଭାବରେ ଛାଡି ଦିଆଯିବ ନାହିଁ । ଏଥିପାଇଁ ଆସନ୍ତା ଜାନୁଆରୀ ୧୫ ତାରିଖ ସୁଦ୍ଧା ଆଇନ ଆଣିବାକୁ କେନ୍ଦ୍ର ସରକାର ନିଷ୍ପତି କରିଛନ୍ତି । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତି ସୁପି୍ରମକୋର୍ଟକୁ ମଧ୍ୟ ଜଣାଇ ଦିଆଯାଇଛି । ଗତ କିଛି ଦିନ ଧରି ସୋସିଆଲ ମିଡିଆର ଅପବ୍ୟବହାର ଉପରେ ପ୍ରଶ୍ନ ଉଠିଥିଲା । ଏଥିପାଇଁ କେନ୍ଦ୍ର ସରକାର ଆଇନ ଆଣିବାକୁ ସୁପି୍ରମକୋର୍ଟ କହିଥିଲେ । ସେହି ଅନୁଯାୟୀ କେନ୍ଦ୍ର ସରକାର ଏଭଳି ନିଷ୍ପତି ନେଇଛନ୍ତି ଏବଂ ତାହା ସୁପି୍ରମକୋର୍ଟକୁ ଅବଗତ କରାଇଛନ୍ତି ।

Share

Leave a Reply

Your email address will not be published. Required fields are marked *

5 × one =