ହାଇଦ୍ରାବାଦରେ କାନ୍ଥ ଭୁଷୁଡି ୨ ମାସର ଶିଶୁ ସହ ୯ ମୃତ

ହାଇଦ୍ରାବାଦ()  ହାଇଦ୍ରାବାଦରେ ପ୍ରବଳ ବର୍ଷାରୁ କାନ୍ଥ ଭୁଷୁଡି ୯ ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଜଣେ ୨ ମାସର ଶିଶୁ ରହିଥିବା ଜଣାପଡିଛି । ବିଗତ ଦୁଇ ଦିନ ଧରି ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ ପ୍ରବଳ ବର୍ଷା କାରଣରୁ ଏହି ଅଘଟଣ ଘଟିଛି । ସୋମବାର ରାତିରେ ଏହି ପାଚେରୀଟି ଭୁଷୁଡି ପଡିବାରୁ ନିକଟରେ ରହିଥିବା ଘର ଉପରେ ଏହା ପଡିଥିଲା । ଫଳରେ ୯ଜଣଙ୍କ ମୃତ୍ୟୁ ଘଟିବା ସହିତ ଏକାଧିକ ଆହତ ହୋଇଥିଲେ । ଆହତ ମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି କରାଯାଇଛି । ହାଇଦ୍ରାବାଦ ସାଂସଦ ଅସଦ୍ଧୁଦ୍ଧିନ ଓୱେସୀ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ତେଲେଙ୍ଗାନାର ୧୪ଟି ଜିଲ୍ଳାରେ ବନ୍ୟା ପରସ୍ଥିତି ସୃଷ୍ଟି ହୋଇଥିବା ବେଳେ ଓସମାନିଆ ୟୁନିଭର୍ସିଟିର ସମସ୍ତ ପରୀକ୍ଷାକୁ ବାତିଲ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

2 − 2 =