ମୁକୁଳିଲେ ମେହବୁବା ମୁଫତି

ଶ୍ରୀନଗର()  ପିପୁଲ୍ସ ଡେମୋକ୍ରାଟିକ ପାର୍ଟି (ପିଡିପି) ମୁଖ୍ୟ ତଥା ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ୧୪ ମାସ ଧରି ଅଟକ ରହିବା ପରେ ମୁକୁଳିଛନ୍ତି । ଜମ୍ମୁ କାଶ୍ମୀର ପ୍ରଶାସନ ମୁ୍ଖପାତ୍ର ରୋହିତ କଂଶଲ ଏ ନେଇ ସୂଚନା ଦେଇଛନ୍ତି । ଗତବର୍ଷ ଅଗଷ୍ଟରେ ଧାରା ୩୭୦ ଉଚ୍ଛେଦ ହେବା ପୂର୍ବରୁ ମେହବୁବା ଗୃହବନ୍ଦୀ ରଖାଯାଇଥିଲା । ଗତ ବର୍ଷ ଅଗଷ୍ଟ ୫ ରେ ଧାରା ୩୭୦ ଉଚ୍ଛେଦ ହୋଇଥିଲା । ଏହାର ଦିନକୁ ପୂର୍ବରୁ ଅର୍ଥାତ ୪ ତାରିଖ ରାତିରେ ତାଙ୍କୁ ଗୃହବନ୍ଦୀ ରଖାଯାଇଥିଲା । ୧ ବର୍ଷ ୨ ମାସ ଓ ୯ ଦିନ ପରେ ଅର୍ଥାତ ମୋଟ ୪୩୬ ଦିନ ପରେ ସେ ମୁକ୍ତ ହୋଇଛନ୍ତି । ଫେବ୍ରୁଆରୀ ୬ରେ ହାଜତ ଅବଧି ଶେଷ ହେବା ପୂର୍ବରୁ ତାଙ୍କ ଉପରେ ପବ୍ଲିକ ସିକୁ୍ୟରିଟି ଆକ୍ସ ଅଧୀନରେ ମାମଲା ଦାୟର କରାଯାଇଥିଲା । ଏହା ପରେ ତାଙ୍କ ନଜରବନ୍ଦୀ ଅବଧି ବୃଦ୍ଧି ପାଇଥିଲା । ୮ ମାସ ମଧ୍ୟରେ ୪ ଥର ମେହବୁବାଙ୍କୁ ନଜରବନ୍ଦୀ ରଖାଯିବାର ସ୍ଥାନ ବଦଳିଥିଲା । ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା ଏବଂ ଓମାର ଅବଦୁଲ୍ଲାଙ୍କୁ ମଧ୍ୟ ନଜର ବନ୍ଦୀ ରଖାଯାଇଥିଲା । ଉଭୟ ପୂର୍ବରୁ ମୁକ୍ତ ହୋଇସାରିଛନ୍ତି ।

Share

Leave a Reply

Your email address will not be published. Required fields are marked *

twelve − 2 =