ଗୀତା ମେହେଟାଙ୍କୁ ପଦ୍ମଶ୍ରୀ

ଭୁବନେଶ୍ୱର () ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟନାୟକଙ୍କ କନ୍ୟା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଭଉଣୀ ଗୀତ ମେହେଟାଙ୍କୁ ମିଳିବ ପଦ୍ମଶ୍ରୀ । ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ତାଙ୍କର ବଳିଷ୍ଠ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନ ପାଇଁ ମନୋନୀତ କରାଯାଇଛି । ଦେଶରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା 94 ଜଣଙ୍କୁ ପଦ୍ମଶ୍ରୀ ପୁରଷ୍କାର ମିଳୁଛି । ସେ ମଧ୍ୟରେ 3ଜଣ ଓଡ଼ିଆ ଅଛନ୍ତି ।

ସମାଜସେବା ପାଇଁ ଦୈତାରି ନାୟକ ଓ ଡି. ପ୍ରକାଶ ରାଓ ଏବଂ କୃଷି କ୍ଷେତ୍ରରେ କମଳା ପୂଜାରୀଙ୍କୁ ପଦ୍ମଶ୍ରୀ ମିଳିବ । ଏଥିସହିତ ନାନାଜି ଦେଶମୁଖ, ଡକ୍ଟର ଭୁପେନ ହଜାରିକା ଏବଂ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କାରାଯିବ ।

Share

Leave a Reply

Your email address will not be published. Required fields are marked *

one − one =