ବିସ୍ଫୋରଣ ଘଟଣା: ଜଣଙ୍କ ମୃତ୍ୟୁ, ଜଣେ ଲାପତା

ଭୁବନେଶ୍ୱର() ଭୁବନେଶ୍ୱର ରାଜଭବନ ପାଖ ପେଟ୍ରୋଲ ପମ୍ପରେ ବିସ୍ଫୋରଣ ଘଟଣାରେ ଆସିଲା ଆଉ ଏକ ଦୁଃଖଦ ଖବର । ଗତକାଲି ଗୁରୁତର ୨ ଜଣଙ୍କ ମଧ୍ୟରୁ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ କଟକ ଏସ୍‌ସିବିରେ ମୃତ୍ୟୁ ହୋଇଛି । ଏନେଇ ଏସସିବି ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି । ମୃତକ ଜଣକ ହେଲେ ଗଞ୍ଜାମ ଜିଲ୍ଲାର ସତ୍ୟ ନାୟକ । ସେ ଗତକାଲି ପେଟ୍ରୋଲ ପମ୍ପରେ ଥିବା ବେଳେ ବିସ୍ଫୋରଣ ହୋଇଥିଲା । କାଲି ଗୁରୁତର ଅବସ୍ଥାରେ କଟକ ଏସସିବିକୁ ସ୍ଥାନାନ୍ତର ହୋଇଥିଲେ । ବିସ୍ଫୋରଣରେ ତାଙ୍କ ଶରୀରରେ ୬୦ ପ୍ରତିଶତ ପୋଡ଼ି ଯାଇଥିଲା ।

ସେପଟେ ବିସ୍ଫୋରଣ ପରଠାରୁ ପେଟ୍ରୋଲ ପମ୍ପରେ କାମ କରୁଥିବା ସୀମାଞ୍ଚଳ ପରିଡ଼ାଙ୍କୁ ପାଉନାହାନ୍ତି ତାଙ୍କ ପରିବାର ଲୋକେ । ତାଙ୍କର ଖୋଜଖବର ମିଳୁନି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ବିସ୍ଫୋରଣରେ ସୀମାଞ୍ଚଳଙ୍କର କଣ ହୋଇଛି ସେ ବଞ୍ଚିଛନ୍ତି ନା ତାଙ୍କର କଣ ହୋଇଛି ବୋଲି କିଛି ଖୋଜ ଖରବ ମିଳୁନାହିଁ । ସେପଟେ ପୋଲିସକୁ ବିସ୍ଫୋଣ ସ୍ଥାନରେ ସୀମାଞ୍ଚଳଙ୍କ ପର୍ସ ମିଳିଛି ।

Share

Leave a Reply

Your email address will not be published. Required fields are marked *

13 − 7 =