କାଲିଠାରୁ ପ୍ରବଳ ବର୍ଷା

ଭୁବନେଶ୍ୱର() ଦକ୍ଷିଣ ପଶ୍ଚିମ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ଅଫିସ ସତର୍କ କରାଇଦେଇଛି । ଏଥିପାଇଁ ରାଜ୍ୟର ୮ଜିଲ୍ଳାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ଲଘୁଚାପ ପ୍ରଭାବରେ ମାଲକାନଗିରି,କୋରାପୁଟ,ଗଜପତି,ବରଗଡ,ନୂଆପଡା,ନବରଙ୍ଗପୁର, ରାୟଗଡା,କନ୍ଧମାଳ,ଗଂଜାମ ଓ ପୁରୀ ଜିଲ୍ଲାରେ ପ୍ରବଳରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତାକାଲି ଠାରୁ ସାରା ରାଜ୍ୟରେ ଏହି ବର୍ଷା ଲାଗି ରହିବ ବୋଲି ସୂଚନା ମିଳିଛି ।

Share

Leave a Reply

Your email address will not be published. Required fields are marked *

two × four =