ଭାରତରେ ୧୦୭ ଛୁଇଁଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ () ଭାରତରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୭ରେ ପହଞ୍ଚିଲା । ୧୦୭ ଜଣ କରୋନା ରୋଗୀଙ୍କ ମଧ୍ୟରୁ ୯୦ ଜଣ ଭାରତୀୟ ନାଗରିକ ଓ ୧୭ ଜଣ ବିଦେଶୀ ନାଗରିକ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । କରୋନା ଭାଇରସରେ ଆକ୍ରାନ୍ତ ଭାରତୀୟଙ୍କ ମଧ୍ୟରେ ସବୁଠୁ ଅଧିକ ଅଛନ୍ତି ମହାରାଷ୍ଟ୍ରରେ । ସେଠାରେ ୩୧ଜଣ କରୋନା ଭାଇରସ ସଂକ୍ରମିତ ହୋଇଛନ୍ତି । ଅନ୍ୟପଟେ କେରଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୨ରେ ପହଞ୍ଚିଥିବା ବେଳେ ଉତ୍ତରପ୍ରଦେଶରେ ୧୧ ଜଣ କରୋନା ଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା ଜଣାପଡ଼ିଛି ।ହରିୟାଣାର ସମସ୍ତ ୧୪ ରୋଗୀ ବିଦେଶୀ ନାଗରିକ।

କରୋନାର ଭୟାବହତାକୁ ନଜରରେ ରଖି ବିଭିନ୍ନ ରାଜ୍ୟରେ ସ୍କୁଲ ଏବଂ କଲେଜ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସିନେମା ହଲ୍ ଠାରୁ ଆରମ୍ଭ କରି ସଭାସମିତି ଉପରେ ସାମୟିକ ସମୟ ପାଇଁ କଟକଣା ଲଗାଯାଇଛି । 

Share

Leave a Reply

Your email address will not be published. Required fields are marked *

3 × 4 =