କରୋନାର ପ୍ରତିଦିନ ୨୪ ଘଣ୍ଟାର ତଥ୍ୟ ଦିଆଯିବ

ଭୁବନେଶ୍ୱର() ଆସନ୍ତା ୬ ମାସ ପର୍ୟ୍ୟନ୍ତ ଯୁଦ୍ଧକାଳୀନ ଭିତ୍ତିରେ କରୋନାର ମୁକାବିଲା ପାଇଁ ପ୍ରସ୍ତୁତି ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସୁବ୍ରତ । ଏଥିସହ ପରିଷ୍କାର ପରିଚ୍ଛନ ଉପରେ ଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଛନ୍ତି ।

ସୁବ୍ରତ ଆହୁରି କହିଛନ୍ତି, ପ୍ରତିଦିନ ୪.୩୦ରେ କରୋନାକୁ ନେଇ ସୂଚନା ଦିଆଯିବ । ଚାଞ୍ଚଲ୍ୟ, ରହସ୍ୟ ଓ ଗୁଜବ ଠାରୁ ଦୂରେଇ ରୁହନ୍ତୁ । ସ୍ପର୍ଶରୁ ବ୍ୟାପୁଛି କରୋନା ଭାଇରସ । ଏହାସହ ସେ ପ୍ରତିଦିନ ସୁବତ୍ର ଦେବେ କରୋନା ରିପୋର୍ଟ । ୨୪ ଘଣ୍ଟା ମଧ୍ୟରେ ବିଶ୍ୱ, ରାଜ୍ୟ ଓ ଦେଶର ବିବରଣୀ ଦେବେ ସରକାର । ସରକାର କଣ ସମୀକ୍ଷା କରିଛନ୍ତି ଅବଗତ କରାଯିବ । କଣ ପଦକ୍ଷେପ ନିଆଯାଇଛି ସେ ବାବଦରେ ସୂଚନା ଦିଆଯିବ । ଗଣମାଧ୍ୟମ ଜରିଆରେ ସମାଜରୁ କଣ ସାହାଯ୍ୟ ଚାହୁଁଛୁ ତାହା ଜଣାଇବୁ । 

Share

Leave a Reply

Your email address will not be published. Required fields are marked *

4 × 4 =