ପାଠକ ବାପ,ପୁଅଙ୍କୁ ମିଳିଲା ଜାମିନ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ବାପ,ପୁଅ ଆଇଏଫଏସ ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକକୁ ମିଳିଲା ଜାମିନ | ଉଭୟ ବାପ,ପୁଅଙ୍କ ଜାମିନ ମଂଜୁର କରିଛନ୍ତି ଭିଜିଲାନ୍ସ କୋର୍ଟ | ୬୦ ଦିନ ମଧ୍ୟରେ ଚାର୍ଜସିଟ ଦାଖଲ ହୋଇନଥିବାରୁ ମିଳିଲା ଜାମିନ |୨ ଲକ୍ଷ ଟଙ୍କା ଓ ଦୁଇ ଜାମିନ୍ଦାରଙ୍କ ବଦଳରେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଏହି ବାପା-ପୁଅଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇଥିଲେ ଉଭୟ ବାପ ଏବଂ ପୁଅ | ତେବେ ଉଭୟଙ୍କୁ ଜାମିନ ମିଳିବା ନେଇ ସୂଚନା ପ୍ରଦାନ କରିଛନ୍ତି ପାଠକଙ୍କ ଓକିଲ ଅରୂପ ଚାନ୍ଦ |

ସୂଚନା ଅନୁଯାୟୀ, ଗତ ନଭେମ୍ବର ୨୭ ତାରିଖରେ ବାପା-ପୁଅଙ୍କୁ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କରାଯାଇଥିଲା । ଦୀର୍ଘ ୬୦ ଦିନର ବ୍ୟବଧାନ ପରେ ଦୁହିଁଙ୍କୁ ଜାମିନ୍ ମିଳିଛି । ସମୟ ସୀମା ଭିତରେ ଚାର୍ଜସିଟ୍ ଦାଖଲ ହୋଇନଥିବାରୁ ଦୁହିଁଙ୍କୁ ଜାମିନ୍ ମିଳିଯାଇଛି । ଦୁଇ ମାସ ତଳେ ଆଏଫ୍ଏସ୍ ଅଫିସର ଅଭୟକାନ୍ତ ପାଠକଙ୍କ ଘରେ ଯାଞ୍ଚ ହୋଇ କୋଟି କୋଟି ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ଠାବ କରାଯାଇଥିଲା । ତାଙ୍କ ପୁଅ ଆକାଶ ମଧ୍ୟ ଚାକିରି ଦେବା ନାଁରେ ଅନେକ ଲୋକଙ୍କୁ ଠକି ଥିବା ନେଇ ଅଭିଯୋଗ ଆସିଥିଲା । ଯାହାପରେ ଦୁହିଁଙ୍କୁ ଗତ ନଭେମ୍ବର ୨୭ ତାରିଖରେ ଗିରଫ କରାଯାଇଥିଲା ।

Share

Leave a Reply

Your email address will not be published. Required fields are marked *

6 + 16 =