କଇଁଛଙ୍କ ମିଳନ ପର୍ବ ଆରମ୍ଭ

ଗଞ୍ଜାମ ()  ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ପୁରୁଣାବନ୍ଧ ଗ୍ରାମ ନିକଟ ଋଷିକୁଲ୍ୟା ମୁହାଣରେ ଅଲିଭ ରିଡ୍ଲେ କଇଁଛଙ୍କ ମିଳନ ପର୍ବ ଆରମ୍ଭ ହୋଇଛି। ପୂର୍ବବର୍ଷ ଅପେକ୍ଷା ଚଳିତ ବର୍ଷ ଏହି ପ୍ରକ୍ରିୟା ଶୀଘ୍ର ଆରମ୍ଭ ହୋଇଥିବା ପରିବେଶବିତ୍ମାନେ କହିଛନ୍ତି। ଚଳିତମାସ ଶେଷ ଏବଂ ଡିସେମ୍ବରରେ ଦଳ ଦଳ କଇଁଛଙ୍କ ମିଳନ ଦେଖିବାକୁ ମିଳିବ ବୋଲି ରମ୍ଭା ବନାଞ୍ଚଳ ଅଧିକାରୀ ସୂଚନା ଦେଇଛନ୍ତି।

ପରେ ଅଣ୍ଡା ଦେବା ସମୟ ଆସିବାବେଳେ ଉକ୍ତ କଇଁଛମାନେ ଉପକୂଳଠାରୁ ମାତ୍ର ୫ କିମି ପରିଧି ମଧ୍ୟରେ ଦଳଦଳ କଇଁଚ ଭାସମାନ ଅବସ୍ଥାରେ ଦେଖିବାକୁ ମିଳିବ ବୋଲି ସୂଚନା ମିଳିଛି । ଶୀତ ଆଗମନ ହେବାରୁ ଏହି ପ୍ରକ୍ରିୟା ଶୀଘ୍ର ଆରମ୍ଭ ହୋଇଛି । ଅନୁକୂଳ ପାଗ ଓ ଦକ୍ଷିଣାପବନ ବୋହିଲେ ଗଣ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହେବ। କଇଁଛଙ୍କ ମିଳନ ପ୍ରକ୍ରିୟା ଅବ୍ୟାହତ ରହିବା ଯାଏ ପାଟ୍ରୋଲିଂ ଜାରି ରହିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି। ଜାନୁୟାରୀ ଶେଷ କିମ୍ବା ଫେବୃୟାରୀ ଦ୍ୱିତୀୟ ସପ୍ତାହରେ ଅଣ୍ଡାରୁ ଛୁଆ ବାହାରିବ ବୋଲି ବନ ବିଭାଗ ଆଶା ରଖିଛି।

Share

Leave a Reply

Your email address will not be published. Required fields are marked *

twelve − three =