ଦିଲୀପ ରାୟଙ୍କୁ ବିଜେପିର କଡା ସଂଙ୍କେତ

ଭୁବନେଶ୍ବର (): ବିଜେପିର ବରିଷ୍ଠ ନେତା ତଥା ରାଉରକେଲା ବିଧାୟକ ଦିଲୀପ ରାୟଙ୍କୁ ବିଜେପି କଡା ସଂଙ୍କେତ ଦେଇଛି। ବରିଷ୍ଠ ନେତାଙ୍କ ମୁହଁରେ ନକହି ଯୁବନେତାଙ୍କ ମାଧ୍ୟମରେ ଦିଲୀପଙ୍କୁ କଟୁ ସମାଲୋଚନା କରିଛନ୍ତି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଟଙ୍କାଧର ତ୍ରିପାଠୀ । ଦିଲୀପଙ୍କ ସମ୍ପର୍କରେ ଏଯାଏଁ ଦଳରୁ କୌଣସି ପ୍ରତିକ୍ରିୟା ଆସୁନଥିବା ବେଳେ ଟଙ୍କଧରଙ୍କ ମୁହଁରେ କଡା ସଂଙ୍କେତ ଦେଇଛି ବିଜେପି ନେତୃତ୍ବ । ବାରମ୍ବାର ପ୍ରଧାନମନ୍ତ୍ରୀ ଓ ନେତୃତ୍ବଙ୍କ ବିରୋଧରେ ମନ୍ତବ୍ୟ ଦେଇ ଆସୁଥିବା ଦିଲୀପଙ୍କୁ ଶେଷରେ ଟଙ୍କଧରଙ୍କ ମାଧ୍ୟମରେ ସଂଙ୍କେତ ଦେବାକୁ ରାଜ୍ୟ ନେତୃତ୍ବ ପ୍ରୟାସ କରିଥିବା ଏବେ ଚର୍ଚ୍ଚା ହେଉଛି ।

ଜନତା ଦଳରୁ କ୍ୟାରିଅର ଆରମ୍ଭ କରିଥିବା ଦିଲୀପ ରାୟ ପରେ ବିଜେଡିରେ ଯୋଗଦାନ କରିଥିଲେ  । ବିଜେଡିରେ ଅଣଦେଖା ହେବା ପରେ ବିଜେପିରେ ସାମିଲ ହୋଇ ୨୦୧୪ ରେ ରାଉରକେଲା ଅ ।ସନରୁ ପଦ୍ମଫୁଲ ଚିହ୍ନରେ ବିଧାୟକ ହୋଇଥିଲେ ।

ଗତ କିଛିଦିନ ଧରି ଦିଲ୍ଲୀପ ରାୟ ରାଉରକେଲାର ବ୍ରାହ୍ମଣୀ ସେତୁ ପ୍ରସଙ୍ଗ ଉଠାଇ ବିଜେପି ସହ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରି ଆସୁଥିଲେ । ସିଧାସଳଖ ଭାବେ ନହେଲେ ମଧ୍ୟ ବିଜେଜି ସ୍ବରରେ ସ୍ବର ମିଶାଉଥିଲେ । ସେଥିପାଇଁ ସେ ବିଜେଡି ଯିବା ନେଇ ରାଜନୀତିରେ ଚର୍ଚ୍ଚା ଆଲୋଚନା ହେଉଥିଲା  । ଦଳର ଅନୁଶାସନ ବିରୋଧରେ ଶ୍ରୀ ରାୟ ଯାଇଥିଲେ ମଧ୍ୟ ଦଳର କୌଣସି ବରିଷ୍ଠ ନେତା ତାଙ୍କ ବିରୋଧ ମୁହଁ ଖୋଲୁନଥିଲେ । କିନ୍ତୁ ଯୁବମୋର୍ଚ୍ଚା ସଭାପତି ତାଙ୍କୁ ଆଜି କଡା ସମାଲୋଚନା କରିଛନ୍ତି ।

ସେ କହିଛନ୍ତି ରାଉରକେଲାର ବିକାଶ ପାଇଁ ଦିଲୀପଙ୍କର ଆନ୍ତରିକତା ନାହିଁ  । କେବଳ ରାଜନୀତି ପାଇଁ ସେ ଏହିପରି ବୟାନ ଦେଇଚାଲିଛନ୍ତି  । ଟଙ୍କଧରଙ୍କ ଏହିପରି ସଙ୍କେତ ବିଜେପିରେ ଯେ ଦିଲୀପ ଅଲୋଡା ହୋଇଗଲେ ତାହା ଏକପ୍ରକାର ପ୍ରମାଣିତ ହୋଇଗଲା ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି ।

Share

Leave a Reply

Your email address will not be published. Required fields are marked *

15 − 4 =