ଭିଡିଓ ବ୍ରିଜରେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ () ଆଜି ଦେଶବ୍ୟାପୀ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାର ହିତାଧିକାରୀମାନଙ୍କ ସହ ଭିଡିଓ ବ୍ରିଜ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମତ ବିନିମୟ କରିଛନ୍ତି । ଏହି ଭାବ ବିନିମୟ କାର୍ଯ୍ୟକ୍ରମ ୪ଟି ପ୍ରମୁଖ ସାମାଜିକ ସୁରକ୍ଷା ଯୋଜନା ହେଲା – ଅଟଳ ବୀମା ଯୋଜନା,  ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଏବଂ ଭୟ ବନ୍ଦନା ଯୋଜନା ।

ବିଭିନ୍ନ ପ୍ରତିକୂଳ ପରିସ୍ଥିତି ସହିତ ଲଢ଼େଇ କରି ନିଜକୁ ଅଧିକ ସଶକ୍ତ କରିଥିବା ବ୍ୟକ୍ତିମାନଙ୍କ ସହ ଭାବ ବିନିମୟ କରି ପ୍ରଧାନମନ୍ତ୍ରୀ ଆନନ୍ଦ ପ୍ରକାଶ କରିବା ସହ କହିଥିଲେ ଯେ ସାମାଜିକ ସୁରକ୍ଷା ଯୋଜନା ଜନସାଧାରଣଙ୍କୁ ସଶକ୍ତ କରିଥାଏ । ଗରିବ ତଥା ଅବହେଳିତ ଜନସାଧାରଣଙ୍କ ଆର୍ଥିକ ସୁରକ୍ଷା ନିଶ୍ଚିତ କରିବା ପାଇଁ ସରକାରଙ୍କ ଦ୍ବାରା ଗ୍ରହଣ କରାଯାଇଥିବା ବିଭିନ୍ନ ଦିଗ ସମ୍ବନ୍ଧରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ଏଗୁଡ଼ିକ ହେଉଛି- ଗରିବ ବ୍ୟକ୍ତିମାନଙ୍କ ପାଇଁ ବ୍ୟାଙ୍କର ଦ୍ବାର ଖୋଲିବା-ବ୍ୟାଙ୍କିଙ୍ଗ ପ୍ରକ୍ରିୟା ସହ ଜଡିତ ନଥିବା ବ୍ୟକ୍ତିମାନଙ୍କୁ ବ୍ୟାଙ୍କ ସେବା ସହ ସଂପୃକ୍ତ କରିବା, ଛୋଟ ବ୍ୟବସାୟ ଏବଂ ନୂତନ ଉଦ୍ୟୋଗୀମାନଙ୍କୁ ପୁଞ୍ଜି ପ୍ରଦାନ ନିଶ୍ଚିତ କରିବା- ଅନୁଦାନରୁ ବଂଚିତ ବ୍ୟକ୍ତିଙ୍କୁ ଅନୁଦାନ ପ୍ରଦାନ କରିବା ଏବଂ ଗରିବ ଓ ଅବହେଳିତ ବ୍ୟକ୍ତିମାନଙ୍କୁ ସାମାଜିକ ସୁରକ୍ଷା କବଚ ପ୍ରଦାନ କରିବା ଏବଂ ଅସୁରକ୍ଷିତ ବ୍ୟକ୍ତିମାନଙ୍କୁ ଆର୍ଥିକ ଭାବେ ସୁରକ୍ଷିତ କରିବା ।

ହିତାଧିକାରୀମାନଙ୍କ ସହ ମତ ବିନିମୟ କରି ପ୍ରଧାନମନ୍ତ୍ରୀ କହିଲେ ଯେ ୨୦୧୪-୧୭ ମଧ୍ୟରେ ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଅଧୀନରେ ମୋଟ ୨୮ କୋଟି ବ୍ୟାଙ୍କ ଖାତା ଖୋଲାଯାଇଛି, ଯାହାକି ଏହି ସମୟ ମଧ୍ୟରେ ବିଶ୍ୱରେ ଖୋଲାଯାଇଥିବା ମୋଟ ଜମାଖାତାର ଶତକଡା ୫୫ ପ୍ରତିଶତ । ସେ ମଧ୍ୟ ଆନନ୍ଦ ପ୍ରକାଶ କରିଥିଲେ ଯେ ଏବେ ଭାରତରେ ଅଧିକାଂଶ ମହିଳାଙ୍କର ବ୍ୟାଙ୍କ ଖାତା ରହିଛି ଏବଂ ୨୦୧୪ରେ ଭାରତରେ ମୋଟ ଜମାଖାତା ସଂଖ୍ୟା ଶତକଡା ୫୪ ପ୍ରତିଶତରୁ ଶତକଡା ୮୦ ପ୍ରତିଶତକୁ ବୃଦ୍ଧି ପାଇଛି ।

ଜନସାଧାରଣ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ସମ୍ବନ୍ଧରେ ଶୁଣି ପ୍ରଧାନମନ୍ତ୍ରୀ କହିଲେ ଯେ ଯଦିଓ ଜଣେ ବ୍ୟକ୍ତିଙ୍କ କ୍ଷତିକୁ କେବେ ବି ଭରଣା କରାଯାଇ ପାରିବ ନାହିଁ, ତଥାପି ସରକାର ସର୍ବଦା ପ୍ରଭାବିତ ପରିବାରକୁ ଅର୍ଥନୈତିକ ସୁରକ୍ଷା ପ୍ରଦାନ କରିବା ପାଇଁ ସବୁବେଳେ ପ୍ରଚେଷ୍ଟା କରିଆସିଛନ୍ତି । ସେ କହିଲେ ଯେ ମାତ୍ର ୩୦୦ ଟଙ୍କାର ପ୍ରିମିୟମ ପ୍ରଦାନ କରି ୫ କୋଟିରୁ ଉଦ୍ଧ୍ୱର୍ ବ୍ୟକ୍ତି ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ଯୋଜନାର ଲାଭ ଉଠାଇ ପାରିଛନ୍ତି ।

ଦୁର୍ଘଟଣା ବୀମା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ସମ୍ବନ୍ଧରେ ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଲେ ଯେ ମୋଟରେ ୧୩ କୋଟି ଜନସାଧାରଣ ଏହି ଯୋଜନାରେ ନିଜକୁ ସାମିଲ କରିଛନ୍ତି । ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଅଧୀନରେ ଜନସାଧାରଣ ପ୍ରତିବର୍ଷ ମାତ୍ର ୧୨ ଟଙ୍କାର ପ୍ରିମିୟମ ପ୍ରଦାନ କରି ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦୁର୍ଘଟଣା ବୀମା ରାଶି ପାଇପାରିବେ ।

ଏହି ମତ ବିନିମୟ କାର୍ଯ୍ୟକ୍ରମ ସମୟରେ ପ୍ରଧାନମନ୍ତ୍ରୀ ବୟସ୍କ ବ୍ୟକ୍ତିମାନଙ୍କ ସୁରକ୍ଷା ଓ ଯତ୍ନ ପାଇଁ ସରକାରଙ୍କ ଦ୍ବାରା ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ବନ୍ଧରେ ସଂକ୍ଷେପରେ ପ୍ରକାଶ କରିଥିଲେ । ଏହି ଯୋଜନା ଅଧୀନରେ ୬୦ ବର୍ଷରୁ ଉର୍ଦ୍ଧ୍ବ ନାଗରିକମାନେ ୧୦ ବର୍ଷ ପାଇଁ ଶତକଡା ୮ ପ୍ରତିଶତର ସ୍ଥିରୀକୃତ ରିଟର୍ଣ୍ଣ ପାଇବେ । ଏଥିସହିତ ସରକାର ବରିଷ୍ଠ ନାଗରିକମାନଙ୍କ ପାଇଁ ଆୟକରର ମୂଳ ସୀମାକୁ ୨.୫ ଲକ୍ଷରୁ ୩ ଲକ୍ଷକୁ ବୃଦ୍ଧି କରିଛନ୍ତି ।

ସମସ୍ତଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରିବା ନେଇ ସରକାରଙ୍କ ସଂକଳ୍ପବଦ୍ଧତାକୁ ଦୋହରାଇ ପ୍ରଧାନମନ୍ତ୍ରୀ କହିଲେ ଯେ ଗତ ତିନି ବର୍ଷ ମଧ୍ୟରେ ୩ଟି ପ୍ରମୁଖ ସାମାଜିକ ସୁରକ୍ଷା ଯୋଜନା- ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ଯୋଜନା ଏବଂ ଅଟଳ ପେନସନ ଯୋଜନାରେ ୨୦ କୋଟିରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ ସାମିଲ କରାଯାଇଛି । ପ୍ରଧାନମନ୍ତ୍ରୀ ମଧ୍ୟ ହିତାଧିକାରୀମାନଙ୍କୁ ନିଶ୍ଚିତ କରିଥିଲେ ଯେ ସମସ୍ତ ନାଗରିକ ଏବଂ ବିଶେଷ କରି ଗରିବ ଓ ଅବହେଳିତ ବର୍ଗର ବ୍ୟକ୍ତିମାନଙ୍କ କଲ୍ୟାଣ ନିଶ୍ଚିତ କରିବା ପାଇଁ ଓ ସେମାନଙ୍କୁ ସଶକ୍ତ କରିବା ପାଇଁ ସରକାର ଯଥାସମ୍ଭବ ପ୍ରୟାସ  ଜାରି ରଖିବେ ।

Share

Leave a Reply

Your email address will not be published. Required fields are marked *

five × 2 =