ମୃତକଙ୍କ ପରିବାରକୁ ୫ଲକ୍ଷ

ତାଳଚେର()  ତାଳଚେର ଭରତପୁର କୋଇଲା ଖଣି ଦୁର୍ଘଟଣା ଘଟଣାରେ ଆଜି ୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘଟଣାରେ ଦୁଃଖ ପ୍ରକାଶ କରି ମୃତକଙ୍କ ପରିବାର ପ୍ରତି ୫ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ।

ଜୁନ ୨୩ରେ ମଙ୍ଗଳବାର ରାତି ପ୍ରାୟ ୧୦ଟାରେ ଅନୁଗୁଳ ଜିଲ୍ଲା ଏମସିଏଲର ତାଳଚେର ଭରତପୁରରେ ଥିବା କୃତ୍ରିମ ପାହାଡ଼ ମାଟି ଧସି କୋଇଲା ଖଣିରେ ଦୁର୍ଘଟଣା ଘଟିଥିଲା । ମାଟି ଧସିବା କାରଣରୁ ଘଟଣାସ୍ଥଳରେ କାମ କରୁଥିବା ୧୩ ଜଣ ଶ୍ରମିକ ଫସି ଯାଇଥିଲେ । ତେବେ ସେମାନଙ୍କ ମଧ୍ୟରୁ ୯ ଜଣଙ୍କୁ ଜୀବିତ ଉଦ୍ଧାର କରା ଯାଇଥିଲେ ବି ୪ ଜଣଙ୍କୁ ଉଦ୍ଧାର କରିବା ଅସମ୍ଭବ ହୋଇପଡିଥିଲା । ପରବର୍ତ୍ତୀ ସମୟରେ ୩୦ ଜଣିଆ ଏନଡିଆରଏଫ ଟିମ୍ ଓ ଡଗ ସ୍କ୍ୱାଡ ସାହାଯ୍ୟରେ ଖୋଜାଖୋଜି ଚାଲିଥିଲା । ବର୍ଷା କାରଣରୁ ଉଦ୍ଧାର କାମ ବାଧାପ୍ରାପ୍ତ ହେଉଥିଲେ ହେଁ ଆଜି ସକାଳେ ଜଣଙ୍କର ଗୋଡ ମିଳିଥିବା ବେଳେ ପରେ କୋଇଲା ଖଣି ତଳୁ ୨ ମୃତଦେହ ଉଦ୍ଧାର କରାଯାଇଛି ।

Share

Leave a Reply

Your email address will not be published. Required fields are marked *

6 + 20 =