ସଂଗ୍ରାମୀ ଓ ବୀର ସହିଦଙ୍କ ବୀରତ୍ବ ଗାଥାର ସଂକଳନ ହେବ

ଭୁବନେଶ୍ବର () :  ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ୩୦ଟି ସହିଦ ପୀଠରୁ ପବିତ୍ର ମାଟି ଆଣି ଭୁବନେଶ୍ବର ସହିଦ ସ୍ମାରକୀ ସ୍ବାଧୀନତା ସଂଗ୍ରାମୀ ସଦନଠାରେ ସ୍ମୃତିସ୍ତମ୍ଭ  ନିର୍ମାଣ କରାଯିବ । ରାଜ୍ୟର ସ୍ବାଧୀନତା ସଂଗ୍ରାମୀ ଓ ସହିଦଙ୍କ ବୀରତ୍ବ ଗାଥାର ସଂକଳନ ପ୍ରସ୍ତୁତ ହେବ । ଏଥିଲାଗି କାର୍ଯ୍ୟକ୍ରମ ଚୂଡ଼ାନ୍ତ କରାଯାଇଛି । ସହିଦ ପୀଠରୁ ମାଟି ଆଣିବାକୁ ପବିତ୍ର କଳସ ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଛି ।

ରାଜ୍ୟ ସ୍ବାଧୀନତା ସଂଗ୍ରାମୀ ସମିତିର ସଭାପତି ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କ ସଭାପତିତ୍ବରେ ଶୁକ୍ରବାର ଏହି ସମାରୋହ ଅନୁଷ୍ଠିତ ହୋଇଥିଲା । ସ୍ବାଧୀନତା ସଂଗ୍ରାମୀ ଯୁବ ସାମ୍ମୁଖ୍ୟର ସର୍ବଭାରତୀୟ ସଭାପତି ସାଂସଦ ଭର୍ତ୍ତୃହରି ମହତାବ  ଯୋଗଦେଇ କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ସବିଶେଷ ବିବରଣୀ ପ୍ରଦାନ କରିଥିଲେ । ସାମ୍ମୁଖ୍ୟର ରାଜ୍ୟ ସଭାପତି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କିଭଳି ବିଭିନ୍ନ ସହିଦ ପୀଠରୁ ସଭା ଓ ଶୋଭାଯାତ୍ରା ଜରିଆରେ ମାଟି ଅଣାଯିବ ଓ ରାଜ୍ୟସ୍ତରୀୟ ସମାରୋହରେ ଏହାକୁ ସ୍ମୃତିସ୍ତମ୍ଭରେ ସ୍ଥାପନ କରାଯିବ ସେ ସମ୍ପର୍କରେ ସୂଚନା ଦେଇଥିଲେ ।

ବୀରହରେକୃଷ୍ଣପୁରଶାସନଦାରୁଠେଙ୍ଗଘେଁସବାଦଭୂଇଁତେନ୍ତୁଳିଗୁମ୍ମାସିଂହଭୂମଖୋର୍ଦ୍ଧାଖିଣ୍ଡାଘୁମୁସରମ.ରାମପୁରକନିକାରଣପୁରନୀଳକଣ୍ଠପୁରଭୁବନ, ତୁମସିଂହାପରଜଙ୍ଗକାମାକ୍ଷାନଗରବଡ଼ଗାଁରାଇବଗାଲୁଣିଆତୁଡ଼ିଗାଡ଼ିଆଇରମକଳାମାଟିଆନିମାପଡ଼ାପାପଡ଼ାହାଣ୍ଡିକୁଶବିଡ଼ାଥୁଆବାରିବଡ଼ଭରାଣ୍ଡିପାରଳାଖେମୁଣ୍ଡି ଓ ମାଥିଲିରୁ ମାଟି ଅଣାଯିବାକୁ ଘୋଷଣା କରାଯାଇଥିଲା ।

ବିଭିନ୍ନ ସହିଦ ପୀଠରୁ ପବିତ୍ର ମାଟି ଆଣିବା ଲାଗି ଏହି ସମାରୋହରେ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଅନୁସୂଚିତ ଜନଜାତି ଓ ଜାତି କଲ୍ୟାଣ ମନ୍ତ୍ରୀ ରମେଶ ମାଝୀବିଧାୟକ ଅତନୁ ସବ୍ୟସାଚୀ ନାୟକପୂର୍ବତନ ବାଚସ୍ପତି ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ କିଶୋର କୁମାର ମହାନ୍ତିପୂର୍ବତନ ମନ୍ତ୍ରୀ ସାରଦା ନାୟକବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରରବିନାରାୟଣ ମହାପାତ୍ର ଓ  ପୂର୍ଣ୍ଣଚନ୍ଦ୍ର ନାୟକଙ୍କୁ କଳସ ପ୍ରଦାନ କରାଯାଇଥିଲା । ଅତିଥିମାନେ କଳସ ପ୍ରଦାନ କରିଥିଲେ ।

ସେହିପରି ବରୀ କଳାମାଟିଆର ସହିଦ ସ୍ମୃତି ପରିଷଦ କର୍ମକର୍ତ୍ତା ମନୀନ୍ଦ୍ର ସାମଲଡା. ସର୍ବେଶ୍ୱର ଶତପଥୀପ୍ରମେଶ ମହାନ୍ତିବୈଷ୍ଣବ ଜେନାକାହ୍ନୁଚରଣ ବେହେରାକାଞ୍ଚନବାଳା ଯତିଶ୍ୟାମସୁନ୍ଦର ମଲ୍ଲିକ ପ୍ରମୁଖ କଳସ ଗ୍ରହଣ କରିଥିବାବେଳେ ଦାରୁଠେଙ୍ଗ ଲାଗି ପ୍ରଫୁଲ୍ଲ ବାହୁବଳେନ୍ଦ୍ରକବିରାଜ ବିଧାର ଓ ତପନ ବଳିଆରସିଂଇରମ ଓ ଲୁଣିଆର ରଘୁନାଥ ଲେଙ୍କା କଳସ ଗ୍ରହଣ କରିଥିଲେ । ନିଷ୍ପତ୍ତି ହୋଇଥିଲା ଯେଜୁଲାଇ ୨୫ରୁ ୩୧ ତାରିଖ ମଧ୍ୟରେ ସହିଦ ପୀଠରେ ସଭା କରାଯାଇ ମାଟି ସଂଗ୍ରହ ହେବ ଓ ଶୋଭାଯାତ୍ରାରେ ଭୁବନେଶ୍ୱର ଅଣାଯିବ ।

ଅଗଷ୍ଟ ୯ କ୍ରାନ୍ତି ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସହିଦ ସ୍ମୃତିସ୍ତମ୍ବରେ ସେହିସବୁ କଳସ ସ୍ଥାପନ କରାଯିବ । କାର୍ଯ୍ୟକ୍ରମରେ ବିଧାୟକ ଦେବୀ ପ୍ରସାଦ ମିଶ୍ରପ୍ରଭାତ ତ୍ରିପାଠୀମହେଶ ସାହୁପୂର୍ବତନ ସରକାରୀ ମୁଖ୍ୟ ସଚେତକ ରବିନାରାୟଣ ପାଣିଶ୍ରମିକ ନେତା ଯୋଗେନ୍ଦ୍ର ତ୍ରିପାଠୀ, ବ୍ରଜବନ୍ଧୁ ପରିଡ଼ା ପ୍ରମୁଖ ଯୋଗ  ଦେଇଥିଲେ । ସ୍ବାଧୀନତା ସଂଗ୍ରାମୀ ସଦନ ଟ୍ରଷ୍ଟ ପକ୍ଷରୁ ଉପେନ୍ଦ୍ର ପାଢ଼ୀ ଓ ବିରୁପାକ୍ଷ ତ୍ରିପାଠୀ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ଶ୍ରୀକାନ୍ତ ସାମଲବିଭୁଦତ୍ତ ତ୍ରିପାଠୀଶ୍ୟାମାପ୍ରସାଦ ପଟ୍ଟନାୟକଅଭୟ ବଡ଼ଜେନାସନ୍ତୋଷ ମହାପାତ୍ରଦିଲୀପ ଜେନାଦୀନବନ୍ଧୁ ଦାସ ପ୍ରମୁଖ ପରିଚାଳନା କରିଥିଲେ ।

Share

Leave a Reply

Your email address will not be published. Required fields are marked *

17 − four =