ଆଜି ଆଉ ୨୫୧ କରୋନା ପଜିଟିଭ

ଭୁବନେଶ୍ବର()  ଆଜି ରାଜ୍ୟରେ ୨୫୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୦୮ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୪୩ ରୋଗୀ ସ୍ଥାନୀୟ ସଂକ୍ରମିତ। ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୩୧୬ କୁ ପହଞ୍ଚିଛି। ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ତେବେ ଗଞ୍ଜାମଜିଲ୍ଲାରୁ ସର୍ବାଧିକ ୧୦୨, କଟକରୁ ୩୨, ଖୋର୍ଦ୍ଧାରୁ ୨୬, ନୟାଗଡ଼ରୁ ୧୪, ବରଗଡ଼ରୁ ୧୨, ପୁରୀରୁ ୧୨, ମାଲକାନଗିରିରୁ ୧୦, ସୁନ୍ଦରଗଡ଼ରୁ ୭, ଗଜପତିରୁ ୬, ମୟୁରଭଞ୍ଜରୁ ୫, ଝାରସୁଗୁଡ଼ାରୁ ୫, କେନ୍ଦ୍ରାପଡ଼ାରୁ ୪, ବଲାଙ୍ଗୀରରୁ ୪, ଦେଓଗଡ଼ରୁ ୪, ବାଲେଶ୍ୱରରୁ ୨, ସମ୍ବଲପୁରରୁ ୨, ଅନୁଗୁଳ, ସୋନପୁର ଓ ଯାଜପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

 

Share

Leave a Reply

Your email address will not be published. Required fields are marked *

4 × five =