ଟ୍ରେନଯାତ୍ରୀଙ୍କୁ ଜଗିବ ସିସିଟିଭି

ଟେନଯାତ୍ରୀଙ୍କୁ ଏଥର ଜଗିବ ସିସିଟିଭି । ଯାତ୍ରୀଙ୍କ ସୁରକ୍ଷା ପାଇଁ ଏହି ପଦକ୍ଷପ ନିଆଯାଇଛି । ଟ୍ରେନରେ ଯାତ୍ରା ସମୟରେ କିଭଳି ଯାତ୍ରୀଙ୍କର କୌଣସି ଅସୁବିଧା ନହୁଏ ସେନେଇ ଡିିଜିପିଙ୍କ କ୍ୟାମ୍ପରେ ଆଜି ଏକ ବୈଠକ ବସିଛି । ବୈଠକରେ ଯାତ୍ରୀଙ୍କ ସୁରକ୍ଷା, ସୁବିଧା ଓ ନକ୍ସଲ ଆକ୍ରମଣ ଉପରେ ଆଲୋଚନା ହୋଇଛି । ଆରପିଏଫ ଓ ଜିଆରପି ମଧ୍ୟ ସମନ୍ୱୟ ନେଇ ଆଲୋଚନା କରାଯାଇଛି । ବୈଠକରେ ୩ ଆଇଜି, ୨ ଏସପି ଓ ଏଡିଜି ରେଲୱେ ଉପସ୍ଥିତ ଅଛନ୍ତି ।
ଯାତ୍ରୀ ସୁରକ୍ଷାକୁ ସରକାର ସର୍ବୋଚ୍ଚ ଗୁରୁତ୍ୱ ଦେଉଛନ୍ତି ତେଣୁ ଏସବୁ ସଂସ୍କାରମୂଳକ ପଦକ୍ଷେପ ଆବଶ୍ୟକ ବୋଲି କୁହାଯାଇଛି । ଟ୍ରେନରେ ଯାତ୍ରା ସମୟରେ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହୁଅନ୍ତି । ଆଉ ସେହି ସମୟରେ ସାହାଯ୍ୟ କରିବା ପାଇଁ ପାଖରେ କେହି ବି ନଥାନ୍ତି । ଟ୍ରେନ୍ରେତ୍ତବର୍ତ୍ତମାନ ଅନେକ ଅପରାଧ ଓ ଅଘଟଣ ମଧ୍ୟ ଘଟୁଛି । ତେଣୁ ସିସିଟିଭି ଲାଗିବା ଦ୍ୱାରା ଏହିସବକୁ ରୋକାଯାଇପରିବ। ବିଷେଷ କରି ମହିଳାମାନେ ଏହି ପଦକ୍ଷେପ ଯୋଗୁଁ ଟ୍ରେନରେ ଅଧ୍ଖଳ ସୁରକ୍ଷିତ ମନେକରିବେ ।

Share

Leave a Reply

Your email address will not be published. Required fields are marked *

nineteen − 10 =