ପୂର୍ବତନ IIC ଆନନ୍ଦ ଚନ୍ଦ୍ର ମାଝୀଙ୍କୁ କାର୍ଯ୍ୟରୁ ବହିଷ୍କୃତ କଲେ ଡିଜିପି

ରାଉରକେଲା() ରାଉରକେଲା ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ଘଟଣା। ନିଲମ୍ବିତ ହୋଇଥିବା ବୀରମିତ୍ରପୁର ଥାନାର ପୂର୍ବତନ IIC ଆନନ୍ଦ ଚନ୍ଦ୍ର ମାଝୀଙ୍କୁ କାର୍ଯ୍ୟରୁ ବହିଷ୍କୃତ କଲେ ଡିଜିପି ଅଭୟ । ଏହାସହ ନାବାଳିକା ଝିଅ ପାଖରେ ଆମେ କ୍ଷମାପ୍ରାର୍ଥୀ ବୋଲି କହିଛନ୍ତି ଡିଜିପି । ପୂର୍ବରୁ ଏହି ଘଟଣାରେ ବୀରମିତ୍ରପୁର ଥାନା ଆଇଆଇସି ଆନନ୍ଦ ମାଝିଙ୍କୁ ନିଲମ୍ବନ କରିଥିଲେ ପୋଲିସ ଡିିଜି।

ସୂଚନା ଅନୁସାରେ ବୀରମିତ୍ରପୁର ଅଞ୍ଚଳରେ ୧୩ ବର୍ଷୀୟା ନାବାଳିକାଙ୍କୁ ଦୁଇ ପୋଲିସ କର୍ମଚାରୀଙ୍କ ସହ ଅନ୍ୟ ତିନିଜଣ ବାରମ୍ବାର ଦୁଷ୍କର୍ମ କରିବା ନେଇ ମାମଲା ରୁଜୁ କରାଯାଇଥିଲା।ବୀରମିତ୍ରପୁର ଥାନାଧିକାରୀଙ୍କ ସମେତ ୬ଜଣଙ୍କ ନାଁରେ ରାଏବଗା ଥାନାରେ ମାମଲା ରୁଜୁ ହୋଇଥିଲା। ଥାନା ଆଇଆଇସିଙ୍କୁ ନିମ୍ବନ କରାଯାଇଥିବାବେଳେ ସମସ୍ତ ଅଭିଯୁକ୍ତ ଫେରାର ଅଛନ୍ତି।

Share

Leave a Reply

Your email address will not be published. Required fields are marked *