ମିଳିତ ବିରୋଧୀ ପ୍ରାର୍ଥୀଙ୍କୁ ସମର୍ଥନ କରିବ ବିଜେଡି

ଭୁବନେଶ୍ବର () ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ବିଜୁ ଜନତା ଦଳ କଂଗ୍ରେସ କି ବିଜେପି ପାର୍ଥିଙ୍କୁ ସମର୍ଥନ କରିବ ନାହିଁ । ବିଜେଡି ସାଂସଦ ତଥା ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ ଆଜି ଏହା ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ଯେ, ବିଜେଡି କଂଗ୍ରେସକୁ ସମର୍ଥନ କରିବ ନାହିଁ, ବିଜେପିକୁ ସମର୍ଥନ କରିବାର ପ୍ରଶ୍ନ ଉଠୁନି । ବିଜେଡି ସାଂସଦଙ୍କ ଏହି ବିବୃତିରୁ ସ୍ପଷ୍ଟ ସଂକେତ ମିଳୁଛି ଯେ, ଉପାଧ୍ୟକ୍ଷ ନିର୍ବାଚନରେ ବିଜେଡି ଅଣବିଜେପି ଓ ଅଣକଂଗ୍ରେସ ପ୍ରାର୍ଥୀଙ୍କୁ ସମର୍ଥନ କରିବ । ତେବେ କୌଣସି ଅଣ ବିଜେପି କି ଅଣ କଂଗ୍ରେସ ଦଳ ଏସମ୍ପର୍କରେ ବିଜେଡି ସହ ଆଲୋଚନା କରିନଥିବା ଭର୍ତ୍ତୃହରି କହିଛନ୍ତି ।

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନକୁ ନେଇ ଦୀର୍ଘ ଦିନ ଚର୍ଚ୍ଚା ଚାଲିଥିବା ବେଳେ ବିଜେଡି ଏଯାଏଁ ନିଜ କାର୍ଡ ଖୋଲିନି । ଏପରିକି ଗୋଟେ ସମୟରେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଏହି ପଦ ପାଇଁ ବିଜେଡି ପ୍ରାର୍ଥୀ କରିବ ବୋଲି ଜାତୀୟ ସ୍ତରରେ ଆଲୋଚନା ଚାଲିଥିଲା । କିନ୍ତୁ ବିଜେଡି ପ୍ରାର୍ଥୀ ଦେବନି ବୋଲି ଦଳୀୟ ସୂତ୍ରରୁ ସ୍ପଷ୍ଟ ହୋଇଛି । ସେପଟେ ବିଜେଡି ଅନ୍ୟ କେଉଁ ଦଳର ପ୍ରାର୍ଥୀଙ୍କୁ ସମର୍ଥନ ଦେବ କି ନାହିଁ ତାହା ମଧ୍ୟ ଦଳ ସ୍ପଷ୍ଟ କରିନି ।

ଚର୍ଚ୍ଚା ହେଉଛି ତୃଣମୂଳ କଂଗ୍ରେସ ସୁଖେନ୍ଦୁ ରାୟଙ୍କୁ ଉପାଧ୍ୟକ୍ଷ ନିର୍ବାଚନରେ ପ୍ରାର୍ଥୀ ଭାବେ ଛିଡା କରିବ । ଅକାଳି ଦଳ ମଧ୍ୟ ପ୍ରାର୍ଥୀ ଦେଇପାରେ ବୋଲି ଚର୍ଚ୍ଚା ହେଉଛି । ଅ ।ସନ୍ତାକାଲି ରାଜ୍ୟସଭା ଉପାଧକ୍ଷଙ୍କ କାର୍ଯ୍ୟକାଳ ସରୁଛି । ଦୀର୍ଘ ୨୬ ବର୍ଷ ପରେ ଉପାଧ୍ୟକ୍ଷ ଆସନ ପାଇଁ  ନିର୍ବାଚନ ହେବାକୁ ଯାଉଛି । ୨୪୫ ଆସନ ବିଶିଷ୍ଟ ରାଜ୍ୟସଭାରେ ଉପାଧକ୍ଷ ନିର୍ବାଚନ ଜିତିବାକୁ ୧୨୨ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ । ବିଜେପି ମେଣ୍ଟ ନିକଟରେ ୧୦୬ ସଦସ୍ୟଙ୍କ ସମର୍ଥନ ଥିବା ବେଳେ ବିରୋଧୀଙ୍କ ନିକଟରେ ୧୧୭ ସଦସ୍ୟଙ୍କ ସମର୍ଥନ ଅଛି । କଂଗ୍ରେସ ମଧ୍ୟ ତୃଣମୂଳ ପାର୍ଥିଙ୍କୁ ସମର୍ଥନ ଘୋଷଣା କରିସାରିଛି ।

Share

Leave a Reply

Your email address will not be published. Required fields are marked *

ten − 10 =