ଆସନ୍ତାକାଲି ଉପବାଚସ୍ପତି ନିର୍ବାଚନ

ଭୁବନେଶ୍ବର()   ଷୋଡ଼ଶ ବିଧାନସଭାରରେ ଆସନ୍ତାକାଲି ହେବ ଉପବାଚସ୍ପତି ନିର୍ବାଚନ । ନିର୍ବାଚନ ନେଇ ଘୋଷଣା କରିଛନ୍ତି ବାଚସ୍ପତି ସୂର୍ୟ୍ୟ ନାରାୟଣ ପାତ୍ର । ଆସନ୍ତା ୨୮ ତାରିଖରେ ଗୃହରେ ବଜେଟ୍ ଉପସ୍ଥାପନ କରିବେ ଅର୍ଥ ମନ୍ତ୍ରୀ । ଜୁଲାଇ ୩୧ ତାରିଖରେ ବ୍ୟୟମଞ୍ଜୁରୀ ବିଲ୍ ଗୃହରେ ପାରିତ ହେବ ।

ଦୁଇଟି ପର୍ଯ୍ୟାୟରେ ବିଧାନସଭାର ଅଧିବେଶନର ହେବ ।ଆଜି ପ୍ରଥମ ଅଧିବେଶନର ଦ୍ବିତୀୟ ଦିନ ।ପ୍ରଥମ ପର୍ୟ୍ୟାୟ ଜୁନ୍ ୨୫ରୁ ଜୁଲାଇ ୨ ତାରିଖ ପର୍ୟ୍ୟନ୍ତ ଚାଲିବ । ଦ୍ୱିତୀୟ ପର୍ୟ୍ୟାୟ ଅଧିବେଶନ ଜୁଲାଇ ୧୨ ତାରିଖରୁ ଆରମ୍ଭ ହେବ । ଅଗଷ୍ଟ ୮ ତାରିଖ ଯାଏ ଦ୍ୱିତୀୟ ପର୍ୟ୍ୟାୟ ଅଧିବେଶନ ଚାଲିବ ।

Share

Leave a Reply

Your email address will not be published. Required fields are marked *

5 × one =