ପୂର୍ବତନ ବିଧାୟକ ପ୍ରହଲ୍ଲାଦ ବେହେରାଙ୍କ ପରଲୋକ

ବୌଦ୍ଧ : ବୌଦ୍ଧ ଜିଲ୍ଲାର ପୂର୍ବତନ ବିଧାୟକ ପ୍ରହଲ୍ଲାଦ ବେହେରାଙ୍କ ପରଲୋକ। ବୌଦ୍ଧ ଜିଲ୍ଲାର ପୂର୍ବତନ ବିଧାୟକଙ୍କର ୮୩ ବର୍ଷ ବୟସରେ ଦେହାନ୍ତ ହୋଇଛି। ପ୍ରହଲ୍ଲାଦ ବେହେରା ଅସୁସ୍ଥ ଥିବାବେଳେ ଗତ କାଲି ଠାରୁ ବୁର୍ଲା ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଆଜି ସକାଳ ୪ଟା ୩୦ ମିନିଟରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡିଛି।

ଏକଦା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସାରଥୀ ଥିବା ପ୍ରହଲ୍ଲାଦ ବେହେରା ଅବିଭକ୍ତ ଫୁଲବାଣୀ ସଂରକ୍ଷିତ ନିର୍ବାଚନ ମଣ୍ଡଳୀରୁ ୧୯୭୭ ମସିହାରେ ଜନତା ପାର୍ଟି ତରଫରୁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ।

ବୌଦ୍ଧ ଜିଲ୍ଲାର ବିକାଶ ପାଇଁ ଅନେକ ଉନ୍ନୟନ ମୂଳକ କାର୍ଯ୍ୟ କରି ଜଣେ ଆଗ ଧାଡ଼ିର ରାଜନୀତିଜ୍ଞ ଭାବେ ବେଶ ଲୋକ ପ୍ରିୟତା ହାସଲ କରିଥିଲେ ପ୍ରହଲ୍ଲାଦ ବେହେରା। ଦେହାନ୍ତ ପରେ ତାଙ୍କ ପାର୍ଥିବ ଶରୀରକୁ ବୌଦ୍ଧ ଜିଲ୍ଲା ହରଭଙ୍ଗା ଠାରେ ଥିବା ନିଜ ବାସଭବନକୁ ନିଆଯାଇଛି। ସେଠାରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ କରାଯିବ।

Share

Leave a Reply

Your email address will not be published. Required fields are marked *

3 + seventeen =