ପିପିଲି ଉପନିର୍ବାଚନ ସ୍ଥଗିତ

ଭୁବନେଶ୍ୱର: ପିପିଲି ଉପନିର୍ବାଚନ ସ୍ଥଗିତ | ଭାରତୀୟ ନିର୍ବାଚନ କମିଶନ ଏନେଇ ସୂଚନା ପ୍ରଦାନ କରିଛନ୍ତି | ରାଜ୍ୟରେ କୋଭିଡ ଲକଡାଉନ ଓ କରୋନା ସଂକ୍ରମଣକୁ ଦେଖି ନିର୍ବାଚନ ସ୍ଥଗିତ | ରାଜ୍ୟ ନିର୍ଵାଚନ ଅଧିକାରୀ ସୁଶୀଲ ଲୋହାନୀଙ୍କ ରିପୋର୍ଟ ଆଧାରରେ ଭାରତୀୟ ନିର୍ବାଚନ କମିଶନ ଏହି ନିଷ୍ପତି ନେଇଛନ୍ତି |

ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ଏପ୍ରିଲ ୧୭ ତାରିଖରେ ହୋଇଥାନ୍ତା ଉପ ନିର୍ବାଚନ । ୩ ପ୍ରମୁଖ ଦଳର ପ୍ରାର୍ଥୀ ନିଜ ନିଜ ସପକ୍ଷରେ ପ୍ରଚାରକୁ ଜୋରଦାର କରିଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ କରୋନାରେ ଦେହାନ୍ତ ହୋଇଥିଲା । ଫଳରେ ନିର୍ବାଚନ ସ୍ଥଗିତ ରହିଥିବା ବେଳେ ଭୋଟ ପାଇଁ ସାନି ବିଜ୍ଞପ୍ତି ପ୍ରକାଶ ପାଇଥିଲା । ପ୍ରଥମେ ମେ’ ୧୩ ଓ ପରେ ଇଦୁଲଫିଦଲ ଯୋଗୁଁ ମେ’ ୧୬କୁ ଘୁଂଚାଇ ଦିଆଯାଇଥିଲା ଉପନିର୍ବାଚନ ।

Share

Leave a Reply

Your email address will not be published. Required fields are marked *

one + 4 =