ନିଆଁବାଣ ହେଲେ ଦୁଗ୍ଧ ଚାଷୀ : କାହିଁକି ବଢିବନି ଦର ?

ଭୁବନେଶ୍ବର () ନିଆଁ ବାଣ ହୋଇଛନ୍ତି ରାଜ୍ୟର ଦୁଗ୍ଧ ଚାଷୀ । ଘରୋଇ ଦୁଗ୍ଧ କମ୍ପାନୀ ନିୟମିତ ଭାବେ ଦର ବଢାଉଥିବା ବେଳେ ସରକାରୀ ସଂସ୍ଥା ଓମଫେଡ କାହିଁକି ହାତବାନ୍ଧି ବସିଛି । ଗୋ ଚାର ଦର ବଢିଛି, ଗାଡିଘୋଡା ଦର ବି ବଢିଛି, ଦୈନନ୍ଦିନ ସାମଗ୍ରୀର ଦର ବି ବଢୁଛି । ଏଭଳିସ୍ଥିତିରେ ଦୁଗ୍ଧ ଚାଷୀମାନେ ବଞ୍ଚିବେ କେମିତି? ରାଜ୍ୟ ସରକାର କାହିଁକି ଚାଷୀଙ୍କଠାରୁ କିଣୁଥିବା ଦର ପରିବର୍ତ୍ତନ କରୁନାହାଁନ୍ତି? ଦୁଗ୍ଧ ଚାଷୀମାନେ ଆଉ ଦୁଗ୍ଧ ଚାଷ କରିବେ ନା ନାହିଁ? ଆଜି ଏମିତି କିଛି ପ୍ରଶ୍ନରେ ଦୁଗ୍ଧ ଚାଷୀମାନେ ବିଭାଗୀୟ ମନ୍ତ୍ରୀଙ୍କୁ ଘେରିଛନ୍ତି ।

କୃଷି ଏବଂ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଡକ୍ଟର ଅରୁଣ ସାହୁ ଆଜି ରାଜ୍ୟର ଦୁଗ୍ଧ ଚାଷୀଙ୍କ ସହ ସେମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଏହି ବୈଠକରେ ବାଲେଶ୍ବର, କଳାହାଣ୍ଡି, ବରଗଡ, ପିପିଲି, କୋରାପୁଟ, ଜଗତସିଂହପୁର ଭଳି ସବୁ ଜିଲ୍ଲାରୁ ଚାଷୀ ସାମିଲ ହୋଇଥିଲେ । ବୈଠକରେ ଜଣଙ୍କ ପରେ ଜଣେ ଚାଷୀ ଛିଡା ହୋଇ ଦୁଗ୍ଧ ଚାଷୀ ନିଜ ନିଜ ସମସ୍ୟା ଓ ଦୁଃଖ କଥା ଉତଥାପନ କରିଥିଲେ ।

2014ରେ ଶେଷ ଥର ପାଇଁ ରାଜ୍ୟ ସରକାର ଦୁଗ୍ଧ ଦର ବୃଦ୍ଧି କରିଥିଲେ । ଏଭିତରେ ମିଲ୍କ ମୁଁ 4 ଟଙ୍କା ଓ ଦିଲ୍ଲୀର ମଦର୍ସ ଡାଏରୀ ମଧ୍ୟ 4 ଟଙ୍କା ଦର ବଢାଇଛି । ଜଣେ ଚାଷୀ କହିଥିଲେ ଯେ, ଡିଜେଲ ପେଟ୍ରୋଲ ଦର ବଢିଲା, ଦରଦାମ ବଢିଲା, ଗାଡି ମଟର ଭଡା ବଢିଲା, ଗାଇ ଦାନା ଦର ବି ବଢିଲା । କିନ୍ତୁ ଚାଷୀଙ୍କ ଦୁଧର ଦର କାହିଁକି ବଢୁନି । ଦୁଗ୍ଧ ଚାଷୀଙ୍କ ପାଇଁ ଚାଷୀ କାହିଁକି ବିମୁଖ ବୋଲି ପ୍ରଶ୍ନ କରିଛନ୍ତି ।

ପ୍ରତିଦିନ ଅତ୍ୟାବଶ୍ୟକ ସାମଗ୍ରୀର ଦର ବଢୁଥିଲା ବେଳେ ସରକାର ଦୁଗ୍ଧ ଚାଷୀଙ୍କ ପାଇଁ ଦର ବୃଦ୍ଧି କରିବାକୁ ଦୃଢ ଦାବି ଉପସ୍ଥାପନ କରିଛନ୍ତି । ଅନ୍ୟଥା ସେମାନେ ଦୁଗ୍ଧ ଚାଷରୁ ଓହିରିବାକୁ ବାଧ୍ୟ ହେବେ ବୋଲି ଚେତାଇ ଦେଇଛନ୍ତି । କାରଣ ଓମଫେଡ ଚାଷୀଙ୍କୁ ଯେତିକି ଦର ଦେଉଛି ତାହା ମିଲ୍କ ମୁଁ ଏବଂ ଦ୍ଲିଲୀ ଡାଏରୀ ଭଳି ଘରୋଇ ଦୁଗ୍ଧ ଉତ୍ପାଦନକାରୀ କମ୍ପାନୀ ତୁଳନାରେ ଢେର କମ ରହିଛି । ଆବଶ୍ୟକ ପଡିଲେ ସେମାନେ ଆଉ ଓମଫେଡକୁ କ୍ଷୀର ଯୋଗାଇବେ ନାହିଁ ବୋଲି ମଧ୍ୟ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

18 + 6 =