ବଲିଉଡରେ ପାଦ ଦେବେ ଟିକ୍ ଟକ୍ ଷ୍ଟାର

ମୁମ୍ବାଇ ()  କ୍ରିକେଟର ବିରାଟ କୋହଲିଙ୍କ ଭଳି ଦେଖାଯାଉଥିବା ଟିକ୍ ଟକ୍ ଷ୍ଟାର ଗୌରବ ଆରୋରା ଏବେ ବଲିଉଡ୍ରେ ପାଦ ଥାପିବାକୁ ଯାଉଛନ୍ତି। ଅଭିଷେକ ଶର୍ମାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଦ ଜୋୟା ଫ୍ୟାକ୍ଟଟର’ରେ ଗୌରବ ନଜର ଆସିବେ ବୋଲି ଜଣାପଡ଼ିଛି। ଫିଲ୍ମରେ ସୋନମ କପୁର, ଦୁଲକର ସଲମାନ, ଅଙ୍ଗଦ ବେଦୀ ଓ ସଞ୍ଜୟ କପୁରଙ୍କୁ ଦେଖିବାକୁ ମିଳିବ। ନିକଟରେ ରିଲିଜ୍ ହୋଇଥିବା ଫିଲ୍ମର ପ୍ରମୋଶନାଲ ଭିଡିଓରେ ଗୌରବଙ୍କୁ ଦେଖିବାକୁ ମିଳିଥିଲା। ସେପ୍ଟେମ୍ବର ୨୦ରେ ଏହି ଫିଲ୍ମ ପରଦାକୁ ଆସିବାକୁ ଥିବା ବେଳେ ଏହାର ପ୍ରମୋଶନ ପାଇଁ ଏବେ ସୋନମ ବ୍ୟସ୍ତ ରହୁଛନ୍ତି।

Share

Leave a Reply

Your email address will not be published. Required fields are marked *

twenty − 11 =