ଟ୍ରେନରେ ମିଳିବ ମାତ୍ର ୫୦ ଟଙ୍କାରେ ଉନ୍ନତମାନର ଭୋଜନ

ଏଣିକି ୫୦ ଟଙ୍କାରେ ରେଳବାଇ ଯାତ୍ରୀମାନଙ୍କୁ ଉନ୍ନତମାନର ଭୋଜନ ଯୋଗାଇଦେବ । ଆଉ ସବୁଠାରୁ ବଡ କଥା ହେଉଛି, ନୂତନ କ୍ୟାଟରିଙ୍ଗ ନୀତିରେ ବିଭିନ୍ନ ଅଂଚଳର ସ୍ଥାନୀୟ ଖାଦ୍ୟକୁ ବି ଗୁରୁତ୍ୱ ଦିଆଯିବ । ଆସନ୍ତା ଡିସେମ୍ବର ମାସରୁ ଲାଗୁ ହେବ ବୋଲି ସୂଚନା ମିଳିଛି । ଏଥିରେ ରାଜମା-ଭାତ, ଡାଲି-ଭାତ, ୪ଟି ରୁଟି ଏବଂ ତରକାରି ମିଳିବ ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଯଦି ଆପଣଙ୍କୁ ରେଳବାଇର ଖାଦ୍ୟ ପସନ୍ଦ ନୁହେଁ, ତେବେ ଆପଣ ଇ-କ୍ୟାଟରିଙ୍ଗ ମାଧ୍ୟମରେ ଖାଦ୍ୟ ପାଇପାରିବେ । ଆଉ ଏଭଳି ଇ-କ୍ୟାଟରିଙ୍ଗ ସେବାକୁ ଖୁବ ଶୀଘ୍ର ସମସ୍ତ ଟ୍ରେନରେ ଆରମ୍ଭ କରିବାକୁ ଯାଉଛି ଭାରତୀୟ ରେଳବାଇ ।

Share

Leave a Reply

Your email address will not be published. Required fields are marked *

3 × five =