କଠୋର ନୀତି ଚଳିବ ନାହିଁ

ନୂଆଦିଲ୍ଲୀ () ଜାମ୍ମୁ-କାଶ୍ମୀର ଭଳି ଏକ ସମ୍ବେଦନଶୀଳ ରାଜ୍ୟରେ କଠୋର ନୀତି ଚଳିବ ନାହିଁ । ଏଥିନେଇ ବିଜେପି ସହିତ ଆଲୋଚନା ପୂର୍ବକ ବୁଝାମଣା କରିବାକୁ ପିଡିପି ସମସ୍ତ ଉଦ୍ୟମ କରିଥିଲା ବୋଲି ମୁଖ୍ୟମନ୍ତ୍ରୀ ପଦରୁ ସଦ୍ୟ ଇସ୍ତଫା ଦେଇଥିବା ମେହବୁବା ମୁଫତି ରାଜ୍ୟପାଳ ଏନ୍. ଏନ୍. ଭୋରାଙ୍କୁ ଭେଟିବା ପରେ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ବିଜେପି ଏକ ବୃହତ ଦଳ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୃହତ ଜନାଦେଶ ସହିତ କ୍ଷମତାକୁ ଆସିଥିବା ଘଟଣାକୁ ଦୃଷ୍ଟିରେ ରଖି ଜାମ୍ମୁ କାଶ୍ମୀରରେ ଶାନ୍ତି ପ୍ରତିଷ୍ଠା ନିମନ୍ତେ ମୁଫତି ମହମ୍ମଦ ସୟିଦ ଏହି ମେଣ୍ଟ ଗଠନ କରିଥିଲେ । କ୍ଷମତା ବଣ୍ଟନ ପାଇଁ ଏହି ମେଣ୍ଟ ହୋଇ ନ ଥିଲା; ବରଂ ଏହା ଯୋଗୁ ଏକପାଖିଆ ଯୁଦ୍ଧବିରତି, ପ୍ରଧାନମନ୍ତ୍ରୀଙ୍କ ପାକିସ୍ତାନ ଗସ୍ତ ଏବଂ ୧୧,୦୦୦ ଯୁବକଙ୍କ ବିରୋଧରେ ମାମଲା ପ୍ରତ୍ୟାହାର ସମ୍ଭବ ହୋଇଥିଲା । ପିଡିପି ଏହାର ନିର୍ବାଚନୀ ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତି କ୍ରମେ ରାଜ୍ୟକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ ଦାବି ଉଠାଇଥିଲା । ଧାରା ୩୫ଏ ଏବଂ ୩୭୦କୁ ପିଡିପି ସମର୍ଥନ କରିବା ସହିତ ଯୁଦ୍ଧବିରତି ଲାଗୁ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ବୋଲି ମେହବୁବା ଗଣମାଧ୍ୟମକୁ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

two − two =