ଏହି ସବୁ କାରଣ ପାଇଁ ଦିଲ୍ଲୀରେ ଚିତପଟାଙ୍ଗ ହୋଇ ପଡିଲା କଂଗ୍ରେସ

ନୂଆଦିଲ୍ଲୀ () ଆମ ଆଦମୀ ପାର୍ଟିର ଜବରଦସ୍ତ ଜିତ୍ ।ଅପରାହ୍ନ ୪ ଟା ସୁଦ୍ଧା ଗଣତିରୁ ଆପ୍ ୬୩ ଆସନ ଏବଂ ବିଜେପି ୭ ଆସନରେ ବିଜୟୀ ବା ଆଗୁଆ ରହିଛନ୍ତି ।ଏକ ବିରାଟ ରୋଡ ଶୋ ସହ ବିଜୟ ଉତ୍ସବ ପାଲନ କରୁଥିବା ଅରବିନ୍ଦ କେଜରିୱାଲ କିନ୍ତୁ ଆଇ ଲଭ୍ ଯୁ କହି ଦିଲ୍ଲୀ ବାସୀଙ୍କୁ ଜଣାଇଛନ୍ତି କୃତଜ୍ଞତା , ଦେଇଛନ୍ତି ଧନ୍ୟବାଦ ।ତେବେ କେଜ୍ରିୱାଲଙ୍କ ଲୋକପ୍ରିୟତା ଆଗରେ ସଂପୂର୍ଣ୍ଣ ଫେଲ ମାରିଛି, ବିଜେପି ଓ ନରେନ୍ଦ୍ର ମୋଦିଙ୍କ ଦିଲ୍ଲୀ ଦଖଲର ରଣନୀତି ।
ଦିଲ୍ଲୀ ବିଧାନସଭାର ଗତ ଦୁଇଟି ବଡ ନିର୍ବାଚନରେ ଜାରି ରହିଛି କଂଗ୍ରେସ ‘ଶୂନ’ ଯାତ୍ରା । ଅର୍ଥାତ ୨୦୧୫ ଏବଂ ୨୦୨୦ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଖାତା ଖୋଲିପାରିନି କଂଗ୍ରେସ । ଦିଲ୍ଲୀ ଦରବାରରେ କାହିଁକି କଂଗ୍ରେସକୁ ମିଳିଲା ଏମିତି ଦୟନୀୟ ପରାଜୟ । ଆସନ୍ତୁ ଜାଣିବା …

ଦୁର୍ବଳ ରଣନୀତି ଓ ପ୍ରଚାର, ଶୀଲା ଦୀକ୍ଷିତଙ୍କ ପରେ ବଡ ଚେହେରାର ଅଭାବ,ରାହୁଲ ଓ ପ୍ରିୟଙ୍କାଙ୍କ ବିଳମ୍ବରେ ପ୍ରଚା, ବିମୁଦ୍ରାକରଣ-ଜିଏସଟି ଭଳି ପୁରୁଣା ପ୍ରସଙ୍ଗକୁ ଦୋହରାଇବା, ନକରାତ୍ମକ ରାଜନୀତି ଓ ବ୍ୟକ୍ତିଗତ ଆକ୍ଷେପ, ବିଳମ୍ବରେ ପ୍ରାର୍ଥୀ ଘୋଷଣା, ନେତାଙ୍କ ମଧ୍ୟରେ ସମନ୍ୱୟ ନ ରହିବା, କଂଗ୍ରେସ ଭୋଟ୍ ଆପକୁ ଚାଲିଯିବା ।

Share

Leave a Reply

Your email address will not be published. Required fields are marked *

one × 2 =