ଓଡିଶାର ଇ-ଗେଜେଟ ପୋର୍ଟାଲ ଉଦଘାଟିତ

ଭୁବନେଶ୍ୱର() ୫ଟି ସୂତ୍ରର ରୂପାୟନ ଦିଗରେ ଅନ୍ୟ ଏକ ପଦକ୍ଷେପ ସ୍ୱରୂପ ମୁଖ୍ୟ ଶାସନ ସଚିବ ଅସିତ ତି୍ରପାଠୀ ଓଡିଶା ସରକାରୀ ମୁଦ୍ରଣାଳୟର ଇ-ଗେଜେଟ ପୋର୍ଟାଲର ଶୁଭରମ୍ଭ କରିଛନ୍ତି । ନୂଆବର୍ଷ ଅବସରରେ ରାଜ୍ୟ ଲୋକସେବା ଭବନଠାରେ ବାଣିଜ୍ୟ ଓ ପରିବହନ ବିଭାଗ ଦ୍ୱାରା ଆୟୋଜିତ ଏହି ପୋର୍ଟାଲ ଉନ୍ମୋଚନ ସଭାରେ ମୁଖ୍ୟ ଶାସନ ସଚିବ ତ୍ରୀପାଠୀ ଇ-ଗେଜେଟ ବ୍ୟବସ୍ଥାର ପୂର୍ଣ୍ଣ ବିନିଯୋଗ କରିବା ପାଇଁ ସମସ୍ତ ବିଭାଗମାନଙ୍କୁ ନିଦେ୍ର୍ଧଶ ଦେଇଥିଲେ ।

ସେ କହିଥିଲେ ଇ-ଗେଜେଟ ଉତ୍ତମ ପ୍ରଶାସନ ପଥରେ ଏକ ମାଇଲଖୁଣ୍ଟ । ଏହା ଦ୍ୱାରା ଗେଜେଟ ବିଜ୍ଞପ୍ତି ତ୍ୱରିତ ଓ ତ୍ରୁଟିମୁକ୍ତ ହେବ । ଏହା ଦ୍ୱାରା ଟ୍ରକ ଟ୍ରକ କାଗଜର ପରିବହନର ଆବଶ୍ୟକ ପଡିବ ନାହିଁ ଓ ମୁଦ୍ରଣ ଖର୍ଚ୍ଚ ମଧ୍ୟ କମ ହେବ ।

ଇ-ଗେଜେଟ ପୋର୍ଟାଲ ବ୍ୟବସ୍ଥା ବିଷୟରେ ସୂଚନା ଦେଇ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଜି.ଶ୍ରୀନିବାସ କହିଥିଲେ ଏଥିରେ ବିଭାଗ ଓ ବିଷୟୱାରୀ ଗେଜେଟ ଖୋଜିବାର ବ୍ୟବସ୍ଥା ରହିବ । ଗେଜେଟ ପାଇଁ କୌଣସି ବ୍ୟକ୍ତିଙ୍କୁ ଆଉ ସରକାରୀ ମୁଦ୍ରଣାଳୟ, କାର୍ଯ୍ୟାଳୟ ବା ଲୋକସେବା ଭବନ ଆସିବାକୁ ପଡିବ ନାହିଁ । ଯେକୌଣସି ବ୍ୟକ୍ତି http://egazetteodisha.nic.inରେ ଲଗଇନ କରି ତାଙ୍କର ଆବଶ୍ୟକତା ଅନୁସାରେ ଗେଜେଟ ପାଇପାରିବେ ।

ଏହି ଉଦଘାଟନୀ ସଭାରେ ହୋଇଥିବା ଉପସ୍ଥାପନାକୁ ଜଣାପଡିଛି ଯେ ସରକାରଙ୍କ ବିଭିନ୍ନ ବିଭାଗମାନେ ଇ-ଗେଜେଟ ପୋର୍ଟାଲରେ ନିଜକୁ ପଂଜିକୃତ କଲାପରେ ପ୍ରକାଶନ ପାଇଁ ନିର୍ଦ୍ଧାରିତ ବିଷୟବସ୍ତୁ ପୋର୍ଟାଲରେ ଅପଲୋଡ କରିବେ । ଗେଜେଟର ନମ୍ଭର ଏବଂ ତାରିଖ ପୋର୍ଟାଲରେ ପ୍ରଦର୍ଶିତ ହେବ । ବିଷୟବସ୍ତୁର ବୈଧକରଣ ପାଇଁ ଇ-ଦସ୍ତଖତ ବ୍ୟବସ୍ଥା କରାଯାଇଛି ଯେପରି କି କେହି କୌଣସି ବିଷୟବସ୍ତୁକୁ ପରିବର୍ତ୍ତନ ବା ବିକୃତ କରିପାରିବେ ନାହିଁ । ଏହି ପୋର୍ଟାଲ ଏନଆଇସି ଦ୍ୱାରା ଡିଜାଇନ କରାଯାଇଛି ଯାହାକି ଭାରତରେ ପ୍ରଥମ ।  ଏହି କାର୍ଯ୍ୟକ୍ରମରେ ଉନ୍ନୟନ କମିଶନର, କୃଷି ଉପ୍ତାଦନ କମିଶନର ପ୍ରମୁଖ ଉପସ୍ଥିତ ଥିଲୋ

Share

Leave a Reply

Your email address will not be published. Required fields are marked *

17 − 16 =