ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପକ୍ଷରୁ ୨୦୨୩ ସିବି୨୦ଏକ୍ସର ଶୁଭାରମ୍ଭ

ଭୁବନେଶ୍ୱର: ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ପକ୍ଷରୁ ଆଜି ଓବିଡି୨ ନିୟମ ପାଳନ କରୁଥିବା ୨୦୨୩ ସିବି୨୦୦ଏକ୍ସକୁ ଉନ୍ମୋଚନ କରାଯାଇଛି । ଉଭୟ ସହର ରାସ୍ତାକୁ ଭଲ ଭାବେ ବ୍ୟବହାର କରିବା ଏବଂ ଅଜଣା ରାସ୍ତାରେ ଭ୍ରମଣ କରିବା ପାଇଁ ଅତି ଯତ୍ନରେ ସିବି୨୦୦ଏକ୍ସକୁ ପ୍ରସ୍ତୁତ କରାଯାଇଛି । ୨୦୨୩ ହୋଣ୍ଡା ସିବି୨୦୦ଏକ୍ସର ଆକର୍ଷଣୀୟ ମୂଲ୍ୟ ୧,୪୬,୯୯୯ ଟଙ୍କା (ଏକ୍ସ ସୋ’ରୁମ୍‌, ଦିଲ୍ଲୀ) ରହିଛି ଏବଂ ଗ୍ରାହକମାନେ ନିକଟତମ ରେଡ୍ ୱିଙ୍ଗ୍ ଡିଲର୍‌ସିପ୍‌ରେ ପହଂଚି ତାହାର ବୁକିଂ କରିପାରିବେ ।
ନୂଆ ସିବି୨୦୦ଏକ୍ସର ଉନ୍ମୋଚନ ଅବସରରେ ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ, ସଭାପତି ଓ ସିଇଓ ଶ୍ରୀ ସୁସୁମୁ ଓଟାନି କହିଛନ୍ତି ଯେ, “ହୋଣ୍ଡାର କିମ୍ବଦନ୍ତୀ ସିବି ପରମ୍ପରା ଦ୍ୱାରା ଅନୁପ୍ରାଣିତ ୨୦୨୩ ସିବି୨୦୦ଏକ୍ସର ଉନ୍ମୋଚନ ଆଜିପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ । ୨୦୨୧ର ଶୁଭାରମ୍ଭ ହେବା ପରଠାରୁ ସିବି୨୦୦ଏକ୍ସ ବଜାରରେ ଜବରଦସ୍ତ ସମର୍ଥନ ହାସଲ କରିଛି ଏବଂ ଏହା ହେଉଛି ଦୈନନ୍ଦୀନ ଯତାୟାତ ପାଇଁ ଏକ ଉପଯୁକ୍ତ ସାଥୀ ହୋଇଥିବା ବେଳେ ସପ୍ତାହର ଶେଷ ଦିବସଗୁଡ଼ିକରେ ସହର ବାହାରକୁ ବୁଲି ଯିବା ପାଇଁ ପାଇଁ ବେଶ ଉପଯୁ୍‌କ୍ତ ।’’
ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆର ନିର୍ଦ୍ଦେଶକ-ସେଲ୍‌ସ ଆଣ୍ଡ୍ ମାର୍କେଟିଂ ଶ୍ରୀ ଯୋଗେଶ ମାଥୁର କହିଛନ୍ତି ଯେ, “ଓବିଡି୨ ନିୟମ ପାଳନ କରୁଥିବା ଇଞ୍ଜିନ, ଷ୍ଟାଇଲିସ୍ ଗ୍ରାଫିକ୍ସ, ନୂଆ ଆସିଷ୍ଟ୍ ସ୍ଲିପର୍ କ୍ଲଚ୍ ସହ ୨୦୨୩ ସିବି୨୦୦ଏକ୍ସକୁ ଉପସ୍ଥାପନ କରିଥିବାରୁ ମୁଁ ବେଶ ଆନନ୍ଦିତ । ୧୮୦-୨୦୦ ସିସି ମୋଟରସାଇକଲ୍ ବର୍ଗରେ ଏକ ଦ୍ରୁତ ବିପ୍ଳବକୁ ପାଳନ କରୁଥିବା ସିବି୨୦୦ଏକ୍ସକୁ ନୂଆ ପିଢ଼ିର ଗ୍ରାହକଙ୍କ ସ୍ୱପ୍ନ ଓ ପ୍ରତି ଥର ଗାଡ଼ି ଚଲାଇବା ବେଳେ ମୋଟାସାଇକଲ୍‌ରେ ଜୀବନକୁ ଅନୁସନ୍ଧାନ କରିବା ପାଇଁ ରଖିଥିବା ଅଭିଳାଷରୁ ଏହା ଅନୁପ୍ରାଣିତ ହୋଇଛି ।’’
ହୋଣ୍ଡାର କିମ୍ବଦନ୍ତ୍‌ୀ ସିବି୫୦୦ଏକ୍ସ ଏଡିଭି ଦ୍ୱାରା ଅନୁପ୍ରାଣିତ ନୂଆ ସିବି୨୦୦ଏକ୍ସ ହେଉଛି ଚାଳକମାନଙ୍କ ଦୈନନ୍ଦୀନ ଆବଶ୍ୟକତା ଓ ସପ୍ତାହର ଶେଷ ଦିବସଗୁଡ଼ିକରେ ଗାଡ଼ି ଚାଳନା ପାଇଁ ବେଶ ଉପଯୁକ୍ତ । ଏଥିରେ ରହିଛି ହୀରା ଆକୃଷ୍ଟି ଷ୍ଟିଲ୍ ଫ୍ରେମ୍‌, ନୂଆ ଗ୍ରାଫିକ୍ସ, ସମ୍ପୂର୍ଣ୍ଣ ରୂପେ ଏଲ୍‌ଇଡି ଲାଇଟ୍‌, ବିଏସ୍‌-୬ ନିୟମ ପାଳନ କରୁଥିବା ପିଜିଏମ୍‌-ଏଫ୍‌ଆଇ ଇଞ୍ଜିନ ଯାହା ୮୫୦୦ ଆର୍‌ପିଏମ୍‌ରେ ୧୨.୭୦ କିଲୋୱାଟ୍‌ର ଶକ୍ତି ଓ ୬୦୦୦ ଆର୍‌ପିଏମ୍‌ରେ ୧୫.୯ ଏନ୍‌ଏମ୍ ଟର୍କ ଉତ୍ପନ୍ନ କରୁଛି ।
ସୁରକ୍ଷା ଓ ସୁବିଧା ଦୃଷ୍ଟିରୁୁ ନୂଆ ୨୦୨୩ ହୋଣ୍ଡା ସିବି୨୦୦ଏକ୍ସରେ ରହିଛି ଡୁଆଲ୍ ପେଟାଲ୍ ଡିସ୍କ ବ୍ରେକ୍‌, ସମ୍ପୂର୍ଣ୍ଣ ଡିଜିଟାଲ୍ ଇନଷ୍ଟ୍ରୁମେଂଟ୍ ପ୍ୟାନେଲ୍‌, ଗୋଲ୍‌ଡେନ୍ ୟୁଏସ୍‌ଡି ସାମ୍ନା ଫୋର୍କ । ଏହା ଡିସେଂଟ୍ ବ୍ଲୁ ମେଟାଲିକ୍‌, ପର୍ଲ ନାଇଟ୍‌ଷ୍‌ଟାର୍ ବ୍ଲାକ୍ ଓ ସ୍ପୋର୍ଟସ୍ ରେଡ୍ ରଙ୍ଗରେ ଉପଲବ୍ଧ ହୋଇଥିବା ବେଳେ ଏହାର ଏକ୍ସ ସୋ’ରୁମ୍ (ଦିଲ୍ଲୀ) ମୂଲ୍ୟ ୧,୪୬,୯୯୯ ଟଙ୍କା ରହିଛି । ଏଚ୍‌ଏମ୍‌ଏସ୍‌ଆଇ ପକ୍ଷରୁ ଏହା ଉପରେ ୧୦ ବର୍ଷର ୱାରେଂଟି (୩ ବର୍ଷ ସାଧାରଣ+୭ ବର୍ଷ ବର୍ଦ୍ଧିିର୍ତ ୱାରେଂଟି) ପ୍ରଦାନ କରାଯାଉଛି ।

Share

Leave a Reply

Your email address will not be published. Required fields are marked *

fourteen − two =