ଆଜି କେଉଁ ରାଶି ପାଇଁ କେମିତି ରହିବ ଦିନ ଜାଣନ୍ତୁ

ମେଷ

ଶନିଶ୍ଚରଙ୍କ ନକ୍ଷତ୍ରରେ ଚନ୍ଦ୍ର ଅବସ୍ଥାନ କରି ମାନସିକ ବ୍ୟସ୍ତତାକୁ ବୃଦ୍ଧି କରିବେ । ଆର୍ଥିକ ଅଭିବୃଦ୍ଧି, ସ୍ବାସ୍ଥ୍ୟରେ ଉନ୍ନତି, ସ୍ଥଗିତ କାମରେ ଅଗ୍ରଗତି, ପାରିବାରିକ ସମସ୍ୟାର ସମାଧାନ କରି ଆଶ୍ୱସ୍ତି ଲାଭ କରିବେ । ବାଧ୍ୟବାଧକତାରେ ବ୍ୟୟବୃଦ୍ଧି ଓ ଶତ୍ରୁତାଜନିତ କୌଣସି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଜଣେ ବ୍ୟକ୍ତିଙ୍କ ମିଥ୍ୟା ଅଭିଯୋଗ ଅଶାନ୍ତି ଉଦ୍ରେକ କରିପାରେ ।
ବୃଷ

ଧନସ୍ଥାନରେ ରାହୁ ଧନହାନି କିମ୍ବା ଆପଣଙ୍କୁ ଅପବ୍ୟୟ ଜନିତ ସାମୟିକ ମନସ୍ତାପ ବୃଦ୍ଧି କରିବ । ଅବଶ୍ୟ ଚତୁର୍ଥାଧିପ ଏକାଧିକ ଗ୍ରହ ସାଙ୍ଗରେ ରହିଥିବାରୁ ପାରିବାରିକ ସ୍ନେହ, ଶ୍ରଦ୍ଧା ଓ ଆଦର ଲାଭକରିବା ସହ ଦିନଟି ସାମଗ୍ରିକ ଦୃଷ୍ଟିକୋଣରୁ ସମ୍ପୂର୍ଣ୍ଣ ଉପଭୋଗ୍ୟ ହୋଇପାରେ । ଶିଳ୍ପ,ବାଣିଜ୍ୟ, ବ୍ୟବସାୟରୁ ଲାଭବାନ୍‌ ହେବେ ଏବଂ ଏକପ୍ରକାର ଆତ୍ମପ୍ରସାଦ ଅନୁଭବ କରିବେ ।
ମିଥୁନ

ଶୁକ୍ର ଅଷ୍ଟମସ୍ଥ ହୋଇ କୂଟନୀତି ଓ ବଳବାନ୍‌ ରାହୁ ଆପଣଙ୍କୁ କୌଶଳପ୍ରଦାନ କରି କାର୍ଯ୍ୟସାଧନ ପାଇଁ ମାର୍ଗ ଉନ୍ମୁକ୍ତ କରାଇବେ । କର୍ମକ୍ଷେତ୍ରରେ ପ୍ରାଧାନ୍ୟତା ଅକ୍ଷୁଣ୍ଣ ରହିବା ସହ ପାରିବାରିକ ଜୀବନର ବ୍ୟତିକ୍ରମକୁ ମଧ୍ୟ ସୁଧାରି ନେବାର ପ୍ରଯନତ୍ କରିପାରନ୍ତି। ଆର୍ଥିକ ସ୍ଥିତି, ବନ୍ଧୁ ସମ୍ପର୍କ, ପିଲାମାନଙ୍କ ଶିକ୍ଷା, ପରୀକ୍ଷା ଓ ଶତ୍ରୁତା ବିଷୟରେ ଚିନ୍ତା ବୃଦ୍ଧି ପାଇବ ।
କର୍କଟ

କେନ୍ଦ୍ରକୋଣାଧିପ ମଙ୍ଗଳଗ୍ରହ ସମସ୍ତ ଅମଙ୍ଗଳକୁ ବିନାଶକରି ମଙ୍ଗଳଜନକ କାମପାଇଁ ଅନୁପ୍ରେରିତ କରିପାରନ୍ତି। ଶୁକ୍ର ସପ୍ତମସ୍ଥ ହୋଇ ଆପଣଙ୍କୁ ବିଳାସପ୍ରିୟ, ମନୋରଞ୍ଜନର ଖୋରାକ ପ୍ରଦାନ କରିବେ । ପରିବାର, ପରିବହନ, ସାମାଜିକ ସମ୍ପର୍କ, କଳା, କ୍ରୀଡା, ସାହିତ୍ୟ, ସଙ୍ଗୀତ ଦିଗପ୍ରତି ଅନୁକୂଳତା ସୃଷ୍ଟି କରିବେ ।
ସି˚ହ

ରାଶ୍ୟାଧିପ ରବି ଗ୍ରହ ସମାବେଶରେ ଦୁର୍ବଳ ରହିଥିବାରୁ ସୁବିଧା ସୁଯୋଗ ପାଇଲେ ଉପଭୋଗ୍ୟ ହୋଇ ନ ପାରେ । ବାଦବିବାଦ, ପ୍ରତିଦ୍ୱନ୍ଦ୍ୱିତା, ଅନାବଶ୍ୟକ ବାର୍ତ୍ତାଳାପ ସମସ୍ୟା ଓ ଶତ୍ରୁତା ସୃଷ୍ଟି କରିବ । ପୂର୍ବାଫାଲ୍‌ଗୁନୀ ନକ୍ଷତ୍ର ଅବଶ୍ୟ ଆପଣଙ୍କୁ ଦୂରଯାତ୍ରା, ନୂତନ କର୍ମାରମ୍ଭ, ଲୋକସମ୍ପର୍କ, ସଙ୍ଗୀତ, ଚଳଚ୍ଚିତ୍ର ତଥା ମନୋରଞ୍ଜନ କାର୍ଯ୍ୟକ୍ରମରେ ନିୟୋଜିତ କରିପାରେ ।
କନ୍ୟା

କର୍ମକ୍ଷେତ୍ରକୁ ଏକାଧିକ ଗ୍ରହ ଦୃଷ୍ଟିପ୍ରଦାନ କରି ବହୁବିଧ କର୍ମରେ ଅନୁପ୍ରବେଶ କରାଇପାରନ୍ତି । ତଥାପି ଚିତ୍ରା ନକ୍ଷତ୍ରର ମନ ମୁତାବକ କାମଗୁଡିକ ଆତ୍ମୀୟମାନଙ୍କ ବିରୋଧରୁ ବିଗିଡିଯାଉଥିବା କାରଣରୁ ମନେ ମନେ ବିରକ୍ତି ଅନୁଭବ କରିବେ । ଅବଶ୍ୟ ପରିବାରରେ ଉତ୍ତମ ବୁଝାମଣା,ବୟସ୍କ ବ୍ୟକ୍ତିମାନଙ୍କ ସହୃଦୟତା, ସହକର୍ମୀଙ୍କ ଅନୁରକ୍ତି ପାଇବେ।
ତୁଳା

କେନ୍ଦ୍ରସ୍ଥ ଶୁକ୍ର ଦ୍ୱାଦଶସ୍ଥ ହେତୁ ଆଜି ଦିନସାରା ଶୁକ୍ରଙ୍କ ପ୍ରଭାବରୁ ହସଖୁସି ମଜାମଉଜ,ବନ୍ଧୁ ମିଳନ, ନୂତନ ସ୍ଥାନ ପରିଦର୍ଶନ ମାଧ୍ୟମରେ ଅତିବାହିତ କରିବେ । ବନ୍ଧୁମାନଙ୍କ ସହାନୁଭୂତି, ପାରିବାରିକ ସ୍ଥିତି ହାଲୁକା ରହିବ । ତଥାପି ଭଲ ସମ୍ପର୍କ ରହିଥିବା ଲୋକମାନେ ଈର୍ଷାପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେଇପାରନ୍ତି।
ବିଛା

ଚନ୍ଦ୍ର କେନ୍ଦ୍ରରେ ଅବସ୍ଥାନ କରି ଆପଣଙ୍କୁ ମନ ମୁତାବକ ସୁଫଳ ଦେବା ସହ ଲୋକପ୍ରିୟତା ସୃଷ୍ଟିକରିବ । କିନ୍ତୁ ଅନୁରାଧା ନକ୍ଷତ୍ର ଅନ୍ୟମାନଙ୍କ କାନକୁହା କଥାଦ୍ୱାରା ପ୍ରଭାବିତ ହୋଇ ଭଲ ସମ୍ପର୍କ ଥିବା ବନ୍ଧୁ କିମ୍ବା ସହକର୍ମୀ ଭୁଲ୍‌ ବୁଝିପାରନ୍ତି। ସହକର୍ମୀଙ୍କ ଜରିଆରେ ଅପରାହ୍ନେ ମୂଲ୍ୟବାନ ଦ୍ରବ୍ୟ ପାଇବେ । କର୍ମକ୍ଷେତ୍ରରେ ବିବାଦୀୟ ପରିସ୍ଥିତିର ଦୃଢ଼ ମୁକାବିଲା କରିବେ।
ଧନୁ

ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଆପଣଙ୍କୁ ନୂତନମାର୍ଗ ପ୍ରଦର୍ଶନ କରିପାରନ୍ତି। ତଥାପି ସାମୟିକ ଭାବରେ ସ୍ବାସ୍ଥ୍ୟ ସମସ୍ୟା, ପାରିବାରିକ ଦ୍ୱନ୍ଦ୍ୱ, ପରିବହନ ଓ ସହକର୍ମୀମାନଙ୍କ ଦ୍ୱାରା କୌଣସି ସମସ୍ୟା ମନରେ ଭାବାନ୍ତର ସୃଷ୍ଟି କରିପାରେ । ତଥାପି ପୂର୍ବାଷାଢ଼ା ନକ୍ଷତ୍ରର ଏକ ପ୍ରୀତିବର୍ଦ୍ଧକ ପରିବେଶରେ ପ୍ରିୟଜନଙ୍କ ସହ ଦୀର୍ଘଦିନର ମତାନ୍ତରଜନିତ ସମସ୍ୟାର ସମଧାନ ହୋଇଯିବ ।
ମକର

ଶୁକ୍ର ଓ ଚନ୍ଦ୍ରଙ୍କ ସ୍ଥିତିଜନିତ ସକାଳୁ ସକାଳୁ ଶୁଭଖବର ସହ କୌଣସି ବନ୍ଧୁଙ୍କ ସହ ଆଳାପ ଆଲୋଚନା ମନକୁ ଆହ୍ଲାଦିତ କରିବ । ଦ୍ୱାଦଶସ୍ଥ ଗ୍ରହଜନିତ ଅବହେଳା ଯୋଗୁ କେତେକ ସ୍ଥଗିତ କାମକୁ ସମ୍ପନ୍ନ କରିବା ସକାଶେ ଅନ୍ୟମାନଙ୍କର ସାହାଯ୍ୟ ନେବାକୁ ବାଧ୍ୟହୋଇପାରନ୍ତି। ଛୋଟିଆ କଥାକୁ କେନ୍ଦ୍ରକରି ଯୁକ୍ତିତର୍କ ହୋଇପାରେ।
କୁମ୍ଭ

ବିଭିନ୍ନ ସମସ୍ୟାର ସମାଧାନ ପରିପ୍ରେକ୍ଷୀରେ ଆଜି ମାନସିକ ସ୍ଥିରତା ରହି ନ ପାରେ । ଶିଳ୍ପ,ବାଣିଜ୍ୟ, ବ୍ୟବସାୟ, ସଙ୍ଗଠନ, ଆନୁଷ୍ଠାନିକ କ୍ଷେତ୍ର, ସଭାସମିତି ତଥା ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ । ପରୋକ୍ଷ ଶତ୍ରୁତା, ବନ୍ଧୁବିଚ୍ଛେଦ, ପ୍ରବାସରେ ରହୁଥିବା ସନ୍ତାନଙ୍କ ସକାଶେ ମନ ବିଚଳିତ ରହିବ ।
ମୀନ
ଧନ ଭାଗ୍ୟାଧିପ ସ୍ବଗୃହରେ ଅବସ୍ଥାନ କରି ଆପଣଙ୍କ ପାଇଁ ସାମଗ୍ରିକ ସୁଖସାଧନର ଖୋରାକ ଯୋଗାଇବେ । ଆଗାମୀ ଯୋଜନାକୁ ସଫଳ ରୂପାୟନ କରିବା ପରିପ୍ରେକ୍ଷୀରେ ଆତ୍ମୀୟ ସ୍ବଜନଙ୍କ ସୁପରାମର୍ଶ ଓ ସାହାଯ୍ୟ ସହାୟକ ହେବ । ତଥାପି ବ୍ୟୟବୃଦ୍ଧି, ଅର୍ଥନୈତିକ ସମସ୍ୟା ଯୋଗୁ ସାମୟିକ ମନ ଦୁଃଖ ହୋଇପାରେ ।

Share

Leave a Reply

Your email address will not be published. Required fields are marked *

three + seven =