ଆପ ମୁଖ୍ୟଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର()  ୨୦୨୦ ଦିଲ୍ଲୀ ବିଧାନସଭା ନିର୍ବାଚନର ଚୂଡ଼ାନ୍ତ ଫଳାଫଳ ଘୋଷିତ ନଥିଲେ ସୁଦ୍ଧା ଭୋଟ ଗଣତିର ଟ୍ରେଣ୍ଡ ଆଧାରରେ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ଆମ୍ ଆଦ୍ମୀ ପାର୍ଟି (ଆପ୍) ବିପୁଳ ବିଜୟ ଆଡ଼କୁ ଅଗ୍ରସର ହେଉଥିବା ସ୍ପଷ୍ଟ ହୋଇ ଯାଇଛି। ବିଧାନସଭାର ୭୦ଟି ଆସନ ମଧ୍ୟରୁ ଆପ୍ ୬୩ଟି ଆସନରେ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାରତୀୟ ଜନତା ପାର୍ଟି (ବିଜେପି) ଠାରୁ ଯଥେଷ୍ଟ ଆଗରେ ରହିଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେଜ୍ରିୱାଲ ଓ ଆପକୁ ଶୁଭେଚ୍ଛା ଜଣାଇଛନ୍ତି । ନବୀନ ଟ୍ୱିଟ କରି ଲେଖିଛନ୍ତି, ଦିଲ୍ଲୀ ବିଧାନସଭା ନିର୍ବାଚନରେ ହ୍ୟାଟ୍ରିକ ବିଜୟ ପାଇଥିବାରୁ ଅରବିନ୍ଦ କେଜ୍ରିୱାଲ ଓ ଆମ ଆଦମୀ ପାର୍ଟିକୁ ସେ ଅଭିନନ୍ଦନ ଜଣାଉଛନ୍ତି ।

Share

Leave a Reply

Your email address will not be published. Required fields are marked *

2 × five =