ଆଜି ହେରାପଞ୍ଚମୀ

ପୁରୀ()  ଆଜି ହେରା ପଞ୍ଚମୀ । ମହାପ୍ରଭୁଙ୍କ ରଥଯାତ୍ରାର ଏହି ଅନନ୍ୟ ପରମ୍ପରାରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି । ମା ଲକ୍ଷ୍ମୀଙ୍କୁ ସାଥିରେ ନଆଣି ଭାଇଭଉଣୀଙ୍କ ସହ ମହାପ୍ରଭୁ ରଥଯାତ୍ରାରେ ଆସିଥିବାରୁ ଅଭିମାନ କରିଥିବା ମା ଲକ୍ଷ୍ମୀ ଆଜି ତାଙ୍କ ସ୍ବାମୀ କଳାଠାକୁରଙ୍କ ଉପରେ ରାଗ ସୁଝାଇବେ । ଗୁଣ୍ଡିଚା ମନ୍ଦିରକୁ ବିଜେ କରିବେ , ଆଉ ଶ୍ରୀମନ୍ଦିର ଫେରିବା ପୂର୍ବରୁ ନନ୍ଦିଘୋଷ ରଥ ଭାଙ୍ଗିଦେଇ ଯିବେ ।

ପରମ୍ପରା ମୁତାବକ ନନ୍ଦିଘୋଷର ଏକ ପଟା ଭଙ୍ଗାଯିବ । ଆଜିର ନୀତିବହୁଳ ଦିନଟି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କରାଯାଇଛି । ସେପଟେ ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଜମିଛି । ଜନ୍ମବେଦୀରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଦାରୁବ୍ରହ୍ମ । ଆଡ଼ପମଣ୍ଡପ ତଥା ଜନ୍ମବେଦୀରେ ପ୍ରଭୁଙ୍କୁ ଦର୍ଶନ କଲେ ମହାପୁଣ୍ୟ ମିଳେ ବୋଲି ବିଶ୍ବାସ ରହିଛି । ଏହାସହ ଆଡପ ଅଭଡା ପାଇବାକୁ ଶ୍ରଦ୍ଧାଳୁଙ୍କ ନାହିଁ ନଥିବା ଭିଡ ଦେଖିବାକୁ ମିଳୁଛି ।

Share

Leave a Reply

Your email address will not be published. Required fields are marked *

3 × three =