ପ୍ରଣବଙ୍କୁ ଇଫତାର ପାର୍ଟିରେ ଆମନ୍ତ୍ରଣ କଲାନି କଂଗ୍ରେସ

ନୂଆଦିଲ୍ଲୀ () ଗତ ୭ ତାରିଖରେ ନାଗପୁରରେ ଆୟୋଜିତ ଆରଏସଏସ କାର୍ଯ୍ୟକ୍ରମରେ ଯୋଗଦେବା ପୂର୍ବତନ ରାଷ୍ଟ୍ରପତି ତଥା କଂଗ୍ରେସ ନେତା ପ୍ରଣବ ମୂଖାର୍ଜୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି  । ଆରଏସଏସ କାର୍ଯ୍ୟକ୍ରମରେ ଯୋଗଦେବା ପୂର୍ବରୁ ବରିଷ୍ଠ କଂଗ୍ରେସ ନେତାମାନେ ପ୍ରଣବଙ୍କୁ ବାରଣ କରିଥିଲେ  । ହେଲେ ଦାଦା ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଏବେ କଂଗ୍ରେସ ପାଇଁ ଅଛୁଆଁ ପାଲଟିଯାଇଛନ୍ତି । ସେଥିପାଇଁ ଜୁନ୍ ୧୩ ତାରିଖରେ କଂଗ୍ରେସ ଆୟୋଜିତ କରୁଥିବା ଇଫତାର ପାର୍ଟିରେ ଅଲୋଡା ହୋଇପଡିଲେ ପ୍ରଣବ ।

କେବଳ ପ୍ରଣବ ମୁଖାର୍ଜୀ ନୁହଁନ୍ତି ପୂର୍ବତନ ଉପ-ରାଷ୍ଟ୍ରପତି ହମିଦ ଅନସାରୀ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମଧ୍ୟ ଆମନ୍ତ୍ରଣ କରାଯାଇନଥିବା ସୂଚନା ମିଳିଛି । ଆସନ୍ତା ୧୩ ତାରିଖ ଦିନ ଦିଲ୍ଲୀ ସ୍ଥିତ ତାଜ ପ୍ୟାଲେସରେ କଂଗ୍ରେସ ପାଳନ କରିବ ଇଫତାର ପାର୍ଟି । ଯାହାକୁ ନେଇ କଂଗ୍ରେସ ତରଫରୁ ଏକ ନିମନ୍ତ୍ରଣ ତାଲିକା ପ୍ରସ୍ତୁତ କରାଯାଇଛି, ହେଲେ ସେହି ନିମନ୍ତ୍ରଣ ତାଲିକାରୁ ବାଦ ପଡିଛନ୍ତି ପ୍ରଣବ ମୁଖାର୍ଜୀ । କଂଗ୍ରେସ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲଙ୍କୁ ଆମନ୍ତ୍ରଣ କରାଯାଇଛି ହେଲେ ପ୍ରଣବ ଦାଦାଙ୍କୁ ଆମନ୍ତ୍ରଣ କରାଯାଇ ନାହିଁ ।

ଏହାକୁ ନେଇ ଏବେ କଂଗ୍ରେସ ବିବାଦ ଘେରରେ ଛନ୍ଦି ହୋଇ ପଡିଛି । ଗତ ରବିବାର ଶିବସେନା ପ୍ରଣବଙ୍କୁ ନେଇ ବୟାନ ରଖିଥିଲେ ଏବଂ ଶିବସେନା କହିଥିଲା ଯେ ପ୍ରଣବ ମୂଖାର୍ଜୀଙ୍କୁ ଆମନ୍ତ୍ରଣ କରିବା ପଛର କାରଣ ହେଉଛି ଅଗାମୀ ନିର୍ବାଚନରେ ପ୍ରଣବଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବା ଲକ୍ଷ୍ୟ ରଖିଛି ବିଜେପି । ଏହାର ପ୍ରତି ଜବାବ ରଖି ପ୍ରଣବଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀ ମଧ୍ୟ କହିଥିଲେ ମୋ ବାପା ଆଉ ରାଜନୈତିକ କ୍ଷେତ୍ରରେ ପାଦ ଦେବେ ନାହିଁ । ଭାରତର ରାଷ୍ଟ୍ରପତି ପଦରୁ ନିବୃତ ହେବାପରେ ତାଙ୍କ ବାପା ପୁଣି ସକ୍ରିୟ ରାଜନୀତିରେ ଯୋଗଦେବେ ନାହିଁ ବୋଲି କହିଥିଲେ ପ୍ରଣବଙ୍କ ଝିଅ ଶର୍ମିଷ୍ଠା ।

Share

Leave a Reply

Your email address will not be published. Required fields are marked *

15 − seven =