ଆଜି ୪୫ଟି ବୁଥରେ ଚାଲିଛି ମତଦାନ

ଆଜି ରାଜ୍ୟରେ ବିଭିନ୍ନ ବୁଥରେ ହେଉଛି ସାନି ମତଦାନ । ବିଭିନ୍ନ ସ୍ଥାନରେ ଗଣ୍ଡଗୋଳ ଯୋଗୁଁ ପ୍ରଥମ ଓ ଦ୍ୱିତୀୟ ପର୍ୟ୍ୟାୟରେ ସ୍ଥଗିତ ୪୫ଟି ବୁଥରେ ଆଜି ହେଉଛି ସାନି ମତଦାନ । ଯାଜପୁର, ଢ଼େଙ୍କାନାଳ, ପୁରୀ, ଭଦ୍ରକ, ବୌଦ୍ଧ, ବଲାଙ୍ଗିର, ଜଗତସିଂହପୁର, କେନ୍ଦୁଝର, ମୟୁରଭଞ୍ଜର ୪୫ଟି ବୁଥରେ ହେଉଛି ସାନି ମତଦାନ । ସକାଳ ୯ରୁ ଅପରାହ୍ନ ୩ଟା ପର୍ୟ୍ୟନ୍ତ ହେବ ମତଦାନ । ବିଭିନ୍ନ କାରଣରୁ ବିଶୃଙ୍ଖଳା ହୋଇଥିବାରୁ ପ୍ରଥମ ପର୍ୟ୍ୟାୟରେ ୨୫ଟି ବୁଥରେ ମତାଦାନ ବାଧାପ୍ରାପ୍ତ ହୋଇଥିଲା ।
ସେହିପରି ଦ୍ୱିତୀୟ ପର୍ୟ୍ୟାୟରେ ୨୦ ବୁଥରେ ମତଦାନ ବାଧାପ୍ରାପ୍ତ ହୋଇଥିଲା । ବିଭିନ୍ନ ବୁଥରେ ଅଶାନ୍ତି ଓ ଗଣ୍ଡଗୋଳ ପାଇଁ ନିର୍ବାଚନ ସ୍ଥଗିତ ରହିଥିଲା । ତେବେ ଆଜି ହେଉଥିବା ରି ପୋଲିଂ ପରେ ବାଲାଟ ବାକ୍ସକୁ ରଖିବାକୁ ମୁଖ୍ୟ ଷ୍ଟ୍ରଙ୍ଗରୁମ୍ ଖୋଲାଯିବ ନାହିଁ । ଅନ୍ୟ ଏକ ଷ୍ଟ୍ରଙ୍ଗରୁମ୍ କରି ଏସବୁକୁ ସୁରକ୍ଷିତ ରଖାଯିବ । ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସେହିପରି ତୃତୀୟ ପର୍ୟ୍ୟାୟ ନିର୍ବାଚନରେ ସ୍ଥଗିତ ୩୦ଟି ବୁଥରେ ୨୫ ତାରିଖରେ ସାନି ମତଦାନ ହେବ । ସେପଟେ ରାଜ୍ୟରେ ସରିଛି ଚତୁର୍ଥ ପର୍ୟ୍ୟାୟ ନିର୍ବାଚନ । ଚତୁର୍ଥ ପର୍ୟ୍ୟାୟ ନିର୍ବାଚନରେ ୭୩ ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ କମିଶନ ସୂଚନା ଦେଇଛନ୍ତି । ତେବେ ଆସନ୍ତାକାଲି ରାଜ୍ୟରେ ଅନୁଷ୍ଠିତ ହେବ ଅନ୍ତିମ ପର୍ୟ୍ୟାୟ ନିର୍ବାଚନ ।

Share

Leave a Reply

Your email address will not be published. Required fields are marked *

3 × three =