ଆତଙ୍କବାଦୀ ଆକ୍ରମଣ ବିପଦରୁ ଶ୍ରୀମନ୍ଦିରର ସୁରକ୍ଷା ବର୍ତ୍ତମାନ ସମୟର ଆହ୍ବାନ

ଭୁବନେଶ୍ବର ()  ଦେଶର ଚାରି ଧାମ ମଧ୍ୟରୁ ଶ୍ରେଷ୍ଠ ଧାମ ହେଉଛି ପୁରୀ ଶ୍ରୀଜଗନ୍ନାଥ ଧାମ । ଦୀର୍ଘ ଦଶନ୍ଧୀ ଧରି ଏହା ଏକ ଧାର୍ମିକ ଓ ଆଧ୍ୟାତ୍ମିକ ପିଠ ଭାବେ ବିଶ୍ବସ୍ତରରେ ପରିଚିତ । ଦେଶ ବିଦେଶରୁ ଲକ୍ଷାଧିକ ଲୋକ ପୁରୀକୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥାନ୍ତି । ଶ୍ରୀଜଗନ୍ନାଥ ଧାମ ଓ ଏହାକୁ ଆଧାର କରି ଗଢିଉଠିଥିବା ଅନ୍ୟାନ ଧାର୍ମିକ ଅନୁଷ୍ଠାନକୁ କେବେ ବି ଅଣଦେଖା କରି ହେବନି । କିନ୍ତୁ ବର୍ତ୍ତମାନ ଏହି ପବିତ୍ର ଧାମ ତଥା କୋଟି କୋଟି ଓଡିଶାଙ୍କ ପ୍ରାଣର ଦେବତା ଶ୍ରୀଜଗନ୍ନାଥଙ୍କ ଶ୍ରୀକ୍ଷେତ୍ରକୁ ଅଦୃଶ୍ୟ ବିପଦରୁ ଦୂରେଇ ରଖିବାର ସମୟ ଆସିଛି ।

ବର୍ତ୍ତମାନ ଦେଶର ସବୁ ପ୍ରତିଷ୍ଠିତ ଏବଂ ଲୋକାଦ୍ରୁତ ଧାର୍ମିକ ଅନୁଷ୍ଠାନକୁ ବିପଦ ଦେଖାଦେଇଛି । ଭାରତର ମନ୍ଦିର ଓ ଧାର୍ମିକ ଅନୁଷ୍ଠାନ ଉପରେ ଆତଙ୍କବାଦୀଙ୍କ ଆକ୍ରମଣର ଇତିହାସରେ ଅନେକ ନଜିର ରହିଛି । ଆତଙ୍କବାଦୀଙ୍କ କୌଣସି ଧର୍ମ ନାହିଁ । ଧାର୍ମିକ ଓ ପବିତ୍ର ସ୍ଥଳୀଗୁଡିକକୁ ସବୁବେଳେ ଆତଙ୍କବାଦୀଙ୍କ ଭୟ ରହିଛି ।

ହିନ୍ଦୁ ଧର୍ମର ଏହା ମୁଖ୍ୟ ଧର୍ମ ପିଠ ହୋଇଥିବାରୁ ଏହା ଆତଙ୍କବାଦୀଙ୍କ ରାଡାରରେ ରହିଛି । ଶ୍ରୀଜଗନ୍ନାଥଙ୍କ ମନ୍ଦିର ଉପରକୁ ଆତଙ୍କବାଦୀ ଆକ୍ରମଣର ଭୟ ରହିଥିବା କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା ଅନେକ ଥର ୱାର୍ଣ୍ଣିଂ ଦେଇଛି । ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଓ ଅନ୍ୟ ପର୍ବପର୍ବାଣୀରେ ଏହି ଭୟର ମାତ୍ରା ବଢିଥାଏ । ଏଭଳି ଭୟକୁ କେବେ ବି ଅଣଦେଖା କରାଯାଇପାରିବ ନାହିଁ । ତେଣୁ ଆମ ଆରାଧ୍ୟ ଦେବତାଙ୍କ କ୍ଷେତ୍ରକୁ ସବୁ ଦିଗରୁ ସୁରକ୍ଷିତ ରଖିବାକୁ ସବୁ ପ୍ରକାର ପଦକ୍ଷେପ ନିଆଯିବା ଜରୁରୀ ।

ରାଜ୍ୟ ସରକାର ଏହି ସୁରକ୍ଷା ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏଥିପାଇଁ ଶ୍ରୀମନ୍ଦିରର 75 ମିଟର ପରିସୀମା ମଧ୍ୟରେ ଥିବା ନିର୍ମାଣକୁ ହଟେଇ ଏହାକୁ ଏକ ସୁରକ୍ଷା ଜୋନ ଭାବେ ପ୍ରସ୍ତୁତ କରାଯାଉଛି । ଏଥିପାଇଁ ଏହି ଜୋନ ମଧ୍ୟରେ ଥିବା ବିପଦଶଙ୍କୁଳ ବିଲ୍ଡିଂର ଉଚ୍ଛେଦ ସାଙ୍ଗକୁ କିଛି ମଠ, ବ୍ୟବସାୟୀକ ପ୍ରତିଷ୍ଠାନ ଓ ବାସଗୃହକୁ ହଟେଇବା କାର୍ଯ୍ୟ ଆରମ୍ଭ କରାଯାଇଛି । ସମସ୍ତେ ଚାହାଁନ୍ତି ଶ୍ରୀଜଗନ୍ନାଥ ଏକ ସୁରକ୍ଷିତ ଅଂଚଳରେ ରୁହନ୍ତୁ । ତେଣୁ ପୁନଃନିର୍ମାଣ ପ୍ରକ୍ରିୟା ଏବଂ ଶ୍ରୀଜଗନ୍ନାଥ ସଂସ୍କୃତିର ସୁରକ୍ଷା ପାଇଁ ସମସ୍ତେ ସରକାରଙ୍କୁ ସହଯୋଗ କରିବାର ଆବଶ୍ୟକତା ରହିଛି ।

Share

Leave a Reply

Your email address will not be published. Required fields are marked *

1 × five =