ମାସେ ଯାଏଁ ପଲ୍ୟୁସନ ଚେକିଂ କୋହଳ ନିଷ୍ପତି

ଭୁବନେଶ୍ବର()  ଗାଡିରେ ତିନି ଜଣ ବସି ଯାତ୍ରା କରିବା ପ୍ରସଙ୍ଗର ନୂଆ ନିୟମ । ଏନେଇ ସୂଚନା ଦେଇଛନ୍ତି ପୁଲିସ୍ କମିଶନର୍ ସୁଧାଂଶୁ ଷଡ଼ଙ୍ଗୀ ।ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି , ଗୋଟିଏ ବାଇକରେ ବାପା , ମା ଏବଂ ଛୁଆ ଯାଇପାରିବେ । ଛୁଆର ବୟସ ୧୨ ବର୍ଷରୁ କମ୍ ହୋଇଥିଲେ ଲାଗିବନାହିଁ ତଣ୍ଡ । ପୋଲିସ୍ ର ମୂଳ ଉଦେ୍ଧଶ୍ୟ ଲୋକଙ୍କୁ ହଇରାଣ କରିବା ନୁହେଁ ସଚେତନ କରାଇବା । ଲୋକ ଟ୍ରାଫିକ୍ ନିୟମକୁ ଅଣଦେଖା କରୁଥିବାରୁ ସରକାରଙ୍କୁ ଏନେଇ କଠୋର ପଦକ୍ଷେପ ନେବାକୁ ପଡିଛି ।

ସେପଟେ ଆଜି ଠାରୁ ମାସେ ଯାଏଁ ପଲ୍ୟୁସନ ଚେକିଂ କହଳ କରିବାକୁ ନିଷ୍ପତି ହୋଇଥିବା ପରିବହନ ସଚିବ ଜି. ଶ୍ରୀନିବାସନ ସୂଚନା ଦେଇଛନ୍ତି ।

ସରକାରଙ୍କ ଦ୍ୱାରା ନୂଆ ମୋଟର୍ ଯାନ ଆଇନ୍ ଆଗତ ହେବା ପରେ ଟ୍ରାଫିକ୍ ପୋଲିସଙ୍କ ଜାଲରେ ଫସୁଛନ୍ତି ନିୟମ ଭାଙ୍ଗୁଥିବା ଗାଡି ଚାଳକ । ଯାତାୟତ ସମୟରେ ନିୟମ ଉଲ୍ଲଘଂନ କଲେ କିମ୍ବା ଗାଡିର କାଗଜପତ୍ର ସଠିକ୍ ନଥିଲେ ମୋଟାଅଙ୍କର ଜରିମାନା ଭରୁଛନ୍ତି ଚାଳକ । ବସ୍ ,ଟ୍ରକ୍ , ବାଇକ୍ ଠାରୁ ଆରମ୍ଭ କରି ଅଟୋ, ଟ୍ରାକ୍ଟର ସବୁ ଏବେ ଭରୁଛନ୍ତି ତଣ୍ଡ ।

Share

Leave a Reply

Your email address will not be published. Required fields are marked *

nineteen + thirteen =